Homelocalବଲାଙ୍ଗିର ପୌରାଞ୍ଚଳରେ ‘ଗୋମାତା ସୁରକ୍ଷା ଅଭିଯାନ’ : ୧୦୦ରୁ ଉର୍ଦ୍ଧ୍ୱ ବୁଲା ଗୋରୁଙ୍କୁ ଲଗାଗଲା ରେଡିୟମ...

ବଲାଙ୍ଗିର ପୌରାଞ୍ଚଳରେ ‘ଗୋମାତା ସୁରକ୍ଷା ଅଭିଯାନ’ : ୧୦୦ରୁ ଉର୍ଦ୍ଧ୍ୱ ବୁଲା ଗୋରୁଙ୍କୁ ଲଗାଗଲା ରେଡିୟମ ବ୍ୟାଣ୍ଡ

ବଲାଙ୍ଗିର, (୨୭/୦୮) : ଆପ୍ର : ରାତ୍ରିକାଳୀନ ସଡ଼କ ଦୁର୍ଘଟଣାରୁ ବୁଲା ଗୋରୁ ଏବଂ ଯାତ୍ରୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ବଲାଙ୍ଗିର ପୌରାଞ୍ଚଳରେ ‘ଗୋମାତା ସୁରକ୍ଷା ଅଭିଯାନ’ ଅଧୀନରେ ରେଡିୟମ ବ୍ୟାଣ୍ଡ (ପ୍ରତିଫଳକ ପଟି) ବନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଏହି ସଚେତନତା ଓ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଛି । ରାସ୍ତାରେ ବୁଲୁଥିବା ଗୋରୁମାନେ ଅନ୍ଧାରରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ନ ହେବା ଯୋଗୁଁ ପ୍ରାୟତଃ ମାରାତ୍ମକ ଦୁର୍ଘଟଣା ଘଟିଥାଏ । ଏହି ସମସ୍ୟାର ସମାଧାନ ପାଇଁ ସହରର ବିଭିନ୍ନ ପ୍ରମୁଖ ଛକ ଓ ରାସ୍ତାକଡ଼ରେ ବୁଲୁଥିବା ପ୍ରାୟ ୧୦୦ଟି ଗୋରୁଙ୍କ ବେକ ଏବଂ ଶିଙ୍ଗରେ ଉଚ୍ଚ ପ୍ରତିଫଳନ କ୍ଷମତା ବିଶିଷ୍ଟ ରେଡିୟମ ବ୍ୟାଣ୍ଡ ବନ୍ଧାଯାଇଛି । ଫଳରେ ରାତି ସମୟରେ ଯାନବାହନର ଆଲୋକ ପଡ଼ିବା କ୍ଷଣି ଗୋରୁମାନେ ଦୂରରୁ ସ୍ପଷ୍ଟ ଜଣାପଡ଼ିବେ ଏବଂ ଦୁର୍ଘଟଣାକୁ ରୋକାଯାଇ ପାରିବ ।

ଏହି ଅଭିଯାନରେ ବଲାଙ୍ଗିର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମୋହନ ମାଣିଆ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍‌ର ଭି.ଏ.ଏସ୍. ଡାକ୍ତର ମୋନାଲି ଦାଶ ଏବଂ ଭି.ଏ.ଏସ୍. ଡାକ୍ତର ସୁରମ୍ୟା ପ୍ରିୟଦର୍ଶିନୀ ପଣ୍ଡା ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଏହା ସହିତ MVU ଓ AHLର କର୍ମଚାରୀ, ଲକ୍ଷ୍ମୀଜୋର ଫାଣ୍ଡି/ଥାନାର ପୋଲିସ ଅଧିକାରୀ ଏବଂ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଏହି ସେବା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ । ପ୍ରାଣୀ ସମ୍ପଦ ବିଭାଗ ଏବଂ ପୋଲିସ ପ୍ରଶାସନର ଏହି ମହତ୍ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ମଧ୍ୟ ପୌରାଞ୍ଚଳର ବାକି ଅଞ୍ଚଳରେ ଏହି ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments