Homelocalହାତୀ ଆକ୍ରମଣରେ ଚାଲିଗଲା ନାବାଳିକାର ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ନାବାଳିକାର ଜୀବନ

ଢେଙ୍କାନାଳ, (୨୭/୦୮) : ଆପ୍ର : ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରକିଶୋରପାଳ ଗାଁ’ରେ ଅଭାବନୀୟ ଘଟଣା ଘଟିଯାଇଛି । ଦନ୍ତା ହାତୀ ଆକ୍ରମଣରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି ।

ମୃତ ନାବାଳିକାହେଲେ ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଅନ୍ତର୍ଗତ ସରକିଶୋରପାଳ ଗାଁ’ର ବିଷ୍ଣୁ ନାଏକଙ୍କ ଝିଅ ଦେବଯାନୀ ନାଏକ (୧୫) । ସୂଚନା ଅନୁସାରେ, ଦେବଯାନୀ ବିଳମ୍ବିତ ରାତିରେ ପରିସ୍ରା ପାଇଁ ଘର ସାମ୍ନାକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲା । ହାତୀ ଆକ୍ରମଣରେ ଗୁରୁତର ଦେବଯାନୀଙ୍କୁ ପ୍ରଥମେ ତାଳଚେର ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଦେବଯାନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ସରକିଶୋରପାଳ ଗାଁ’ରେ ହାତୀ ଆତଙ୍କ ଦେଖାଦେଇଛି । ଗାଁ ନିକଟରେ ହାତୀ ଚଳପ୍ରଚଳକୁ ନେଇ ଲୋକମାନେ ଭୟଭୀତ ଥିବା ବେଳେ ହାତୀ ଘଉଡ଼ାଇବା ସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments