ରାଇକିଆ, (୧୦/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ଗ୍ରାମ ପଞ୍ଚାୟତ ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଯୋଗ ଦେଇ ଜନସାଧାରଣଙ୍କର ମୋଟ ୧୫ ଗୋଟି ଆବେଦନ ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ। ଆବେଦନ ଅଭିଯୋଗ ଗୁଡ଼ିକ ମଧ୍ୟରେ ବ୍ୟକ୍ତିଗତ ୨ ଗୋଟି ଏଵଂ ସାମୂହିକ ଭାବେ ୧୩ ଗୋଟି ଅଭିଯୋଗ ରହିଥିଲା। ସାମୂହିକ ଅଭିଯୋଗ ଗୁଡ଼ିକ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ରାସ୍ତା ଗୁଡ଼ିକ ନିର୍ମାଣ, ବାଦ ପଡ଼ିଥିବା ଭତ୍ତା ହିତାଧିକାରୀ ମାନଙ୍କୁ ସାମିଲ,ଅନ୍ତୋଦୟ ଯୋଜନାରେ ସାମିଲ ଓ ଆବାସ ଯୋଜନାରେ ଗୃହ ଗୁଡିକ ମଞ୍ଜୁର କରିବା ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ଥିଲା ।
ଏହି ଅବସରରେ ଆଗାମି ଅତି ନିକଟରେ ସମସ୍ତ ଆବେଦନ ଅଭିଯୋଗ ଗୁଡ଼ିକର ବିଚାର କରି ଜିଲ୍ଲାପାଳଙ୍କ ମଞ୍ଜୁର ସହ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏବଂ ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ବିଡିଓ ନିର୍ଦେଶ ଦେଇଥିଲେ । ଏହି ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଅତିରିକ୍ତ ,ସରପଞ୍ଚ ଝୁଲି ପ୍ରଧାନ, ସମିତି ସଭ୍ୟ ସୁଧାକର ପ୍ରଧାନ,ସହକାରୀ ନିର୍ବାହୀ ଯନ୍ତ୍ରୀ (ଏ ଇ ଇ) ବଣ୍ଟି ଚୌଧୁରୀ, ଜେ ଇ ମୋହନଲାଲ ଭୂମିଜ, ଏମ୍ ଆଇ କିରନ ବେହେରା ପିଇଓ ଶିବାଜୀ ରାଜ , ରୁରାଲ ହାଉସିଙ୍ଗ ସଂଯୋଜକ କମଲ ପ୍ରସାଦ ନାୟକ ଏବଂ ଏଡିଓ ଶାନ୍ତିଲତା ସାମଲ , ବିଏସଏସଓ ରାମକୃଷ୍ଣ ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ବିକାଶ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଜନ ଶୁଣାଣୀ ବିଷୟରେ ସୂଚନା ପାଇନଥିବାରୁ ଅତି କମ ସଂଖ୍ୟାରେ ଅଞ୍ଚଳ ବାସି ଯୋଗ ଦେଇଥିବାବେଳେ ବହୁ ସଂଖ୍ୟାର ଜନସାଧାରଣ ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା ।

