Homelocalବିନିକାରେ ଶୀତଳ, ନୀତେଶଙ୍କୁ ବିପୁଳ ସମ୍ବର୍ଦ୍ଧନା

ବିନିକାରେ ଶୀତଳ, ନୀତେଶଙ୍କୁ ବିପୁଳ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (୦୯/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ପୋର୍ଟ୍ସ କ୍ଲବ ଠାରେ ମଙ୍ଗଳବାର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 10 at 08.58.33

ଏଥିରେ ପୂର୍ବତନ ଏସବିଆଇ ଶାଖା ପରିଚାଳକ ଘନଶ୍ୟାମ ମେହେର, ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ନଗରପାଳ ସୁବାସ ଚନ୍ଦ୍ର ଭୁଏ, ସମ୍ଭନୀତ ଅତିଥି ଭାବେ ଏକଜିକ୍ଯୁଟିଭ ଅଫିସର ମାନସ ରଞ୍ଜନ ଭୋଇ, ଏସ ଆଇ ପ୍ରଭାତୀ ଦାସ, ଏସ ଟି ସଙ୍ଘ ବ୍ଲକ ସଭାପତି ବିରଞ୍ଚି କୁଅଁର, ସାମାଜିକ କର୍ମୀ ଉମେଶ ପ୍ରସାଦ ମାହାଣା, ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁର ମାଟିର ସୁନା ସନ୍ତାନ ନୀତେଶ କୁମାର ବାରିକ, ଓ ସୁଶ୍ରୀ ଶୀତଳ କୁଶଳ ଙ୍କୁ ମା ମାଟି ର ଗର୍ବ ଗୌରବ ରଖିବା ସହିତ ଯେତେ ଦୂରେ ଥିଲେବି ମା ମାଟି କୁ ନ ଭୁଲିବା । ଦୁଖୀ ଅରକ୍ଷିତ ଙ୍କ ସେବାକୁ ନିଜର କର୍ତଵ୍ୟ ବୋଲି ଭାବିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।WhatsApp Image 2026 06 10 at 08.58.32

ସମାରୋହ ସଭାରେ କଳାକାର ସଙ୍ଘ ବିନିକା ବ୍ଲକ, ଏସ ଟି ସଙ୍ଘ, ଏସ ସି ସଙ୍ଘ, ସମେତ ବିନିକା ଅଂଚଳ ର ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ବାରିକ, ସୁଶ୍ରୀ କୁଶଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ବିନିକା ବ୍ଲକ ରେ + ୨ ବିଜ୍ଞାନ ରେ ୯୧% ରୁ ଅଧିକ ଆଣିଥିବା ଛାତ୍ର ରଜତ କୁମାର ପଣ୍ଡା, ରୋଷଲ କୁମାର ସୁନା, ରାହୁଲ ଭୋଇ ଙ୍କ ସମେତ ବିଶିଷ୍ଟ ସମାଜସେବୀକା ଦୀପିନୀତା ମାହାଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାଉନସିଲର ବୈରାଗୀ ପ୍ରଧାନ, ପରିଚାଳନା କରିଥିବା ବେଳେ ସାମାଜିକ କର୍ମୀ ଜୟଦେବ ଧନ୍ୟବାଦ ଦେଇଥିଲେ । ସମାରୋହରେ ଶତାଧିକ ପ୍ରଶଂସକ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments