Homelocalବାହିନୀପତିଙ୍କ ନେତୃତ୍ଵରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ବିଶାଳ ବିକ୍ଷୋଭ ଓ ଶୋଭାଯାତ୍ରା

ବାହିନୀପତିଙ୍କ ନେତୃତ୍ଵରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ବିଶାଳ ବିକ୍ଷୋଭ ଓ ଶୋଭାଯାତ୍ରା

ବୋରିଗୁମ୍ମା, (୧୦/୦୬) : ଆପ୍ର : ଦୀର୍ଘ ୩ ମାସ ଧରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବନ୍ଦ ରହିଛି । ଏଥି ସହ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ତଥା ଅଭାବ ସାଧାରଣ ଜନତାଙ୍କ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇ ଚାଲିଛି ।WhatsApp Image 2026 06 10 at 11.52.47

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାକାର ଭତ୍ତା ୩୦୦୦ ଟଙ୍କା ଘୋଷଣା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ତେଣୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ଵରେ ହିତାଧିକାରୀଙ୍କ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ବୋରିଗୁମ୍ମା ଟାଉନ ହଲ ଠାରୁ ବାହାରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିଥିଲା । ବ୍ଲକ୍ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତଙ୍କ ସଭାପତିତ୍ୱରେ ଶ୍ରୀ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଜନତାଙ୍କୁ ଉଦବୋଧନ ଦେବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବି.ଡ଼ି.ଓ. ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସୁରେଶ ରାଉତ, ୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନୃସିଂହନାଥ ଶତପଥି , କୈଳାଶ ଚନ୍ଦ୍ର ରଥ,ପୂର୍ବତନ ସରପଞ୍ଚ ଚନ୍ଦ୍ରିକା ଜାନୀ , ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ, ବିଜୟ ନାରାୟଣ ସାହୁ, ଅଶୋକ ଭୂୟାଁ, ଭାନୁ ଦୋରା, ପି. ଧବଳେଶ୍ୱର, ବିଟୁ ପଣ୍ଡା, ତପନ ଦାସ, ଲାଣ୍ଡୁ ବେଗରାୟ, ବି ପ୍ରସାଦ ଦୋରା, ଗୋପାଳ ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ଥିବା ଦେଖାଯାଇଥିଲା ।WhatsApp Image 2026 06 10 at 11.52.48

ଭତ୍ତା ପ୍ରଦାନରେ ବିଳମ୍ବ କାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବିଧାନସଭା ଓ ସଂସଦରେ ଦରଦାମ ବୃଦ୍ଧି ତଥା ଜାଣେଣୀ ଗ୍ୟାସ ଉପରେ ତୁରନ୍ତ ଚର୍ଚ୍ଚା କରିବା, ଇତ୍ୟାଦି ପ୍ରସଙ୍ଗରେ ସରକାର ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି , ତେବେ ଆନ୍ଦୋଳନ ରାଜ୍ୟବ୍ୟାପି ତୀବ୍ରତର ଓ ବ୍ୟାପକ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆ ଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments