କେନ୍ଦୁଝର, (୨୯/୦୯) : ଆପ୍ର : ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଫାୟାରିଂ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପଡ଼ା ନିକଟରେ ଗୁଳିମାଡ଼ ହୋଇଛି ।
ମୃତକ ହେଲେ ଖଜିରାପଶି ଗାଁ’ର ତ୍ରିଲୋଚନ ମହାନ୍ତ । ସେ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର ପରିଚାଳନା କରୁଥିଲେ । ଗତକାଲି ରାତି ୧୧ଟା ୩୦ରେ ଦୋକାନ ବନ୍ଦ କରି ପାଟଣା ଅଭିମୁଖେ ଫେରିବାବେଳେ ରାସ୍ତାରେ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଗୁଳିମାଡ଼ ପଛରେ ପୂର୍ବ ଶତ୍ରୁତା କି ଟଙ୍କା ଲୁଟ୍ ଉଦ୍ଦେଶ୍ୟ ସେନେଇ ତଦନ୍ତ କରୁଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଛାନଭିନ୍ ଜାରି ରହିଛି ।

