Homelocalଅନୁଗୁଳରେ ହାତୀ ଆତଙ୍କ, ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳରେ ହାତୀ ଆତଙ୍କ, ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳ, (୦୧/୦୬) : ଆପ୍ର : ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁ’ରେ ଜଣେ ବୃଦ୍ଧଙ୍କ ମଣ୍ଡକୁ ଦଳିଦେଲା ଦନ୍ତା

ମୃତକ ହେଲେ ୬୫ ବର୍ଷିୟ ଗନ୍ଧର୍ବ ସାହୁ । ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ବନବିଭାଗ ଟିମ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଛେଣ୍ଡିପଦା ବନାଞ୍ଚଳ ନୂଆଗାଁରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଜରିପାଳ ଗାଁ’ର ପ୍ରମିଳା ରାଉଳ । ମହିଳା ଜଣଙ୍କ ନିଜ ଝିଅ ଘରକୁ ଯାଇଥିବାବେଳେ ସେଠାରୁ ଆମ୍ବ ଘୋଟାଇବାକୁ ଯାଇଥିବା ସମୟରେ ଦନ୍ତାହାତୀ କଚାଡ଼ି ମାରି ଦେଇଛି । ଘଟଣାସ୍ଥଳରେ ଉତ୍ତେଜନା ହୋଇଛି। ତେବେ ଅନୁଗୁଳରେ ବାରମ୍ବାର ହାତୀ ମଣିଷ ଲଢେଇ ଦେଖିବାକୁ ମିଳୁଛି । କେବେ ହାତୀର ଜୀବନ ଯାଉଛି ତ ଆଉ କେବେ ମଣିଷ ଜୀବନ ଯାଉଛି । ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଜନସାଧାରଣ ଦାବି ରଖିଛନ୍ତି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments