Homelocalସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣା :...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣା : ସାମ୍ୱାଦିକଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧରେ ଏସପି ଓ ସିଡିଏମଓଙ୍କୁ ଭେଟିଲେ ସାମ୍ବାଦିକ

ସୁବର୍ଣ୍ଣପୁର, (୦୫/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ରବିବାର ରାତିରେ ଜଣେ ଯୁବକ ଙ୍କ ଚିକିତ୍ସା ଅବହେଳା ରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ମୃତକ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ପାଣିସିଆଲି ଗାଁ’ର ପ୍ରଶାନ୍ତ କୁମାର ତ୍ରିପାଠୀ । ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ଗାଳିଗୁଲଜ ଓ ଧସ୍ତାଧସ୍ତି କରିଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ଏ ସମ୍ପର୍କରେ ଥାନାରେ ଏକ ମକଦ୍ଦମା ରୁଜୁ ହୋଇଥିଲା । ଅପରପକ୍ଷ ରେ ମୃତକ ଙ୍କ ପରିବାର ବର୍ଗ ପକ୍ଷରୁ ମଧ୍ୟ ଚିକିତ୍ସା ଅବହେଳା ରୁ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ପରିବାର ପକ୍ଷ ରୁ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ପରେ ମୃତକ ଙ୍କ ଶବ ବ୍ୟବଛେଦ କରିବା ରେ ବିଳମ୍ବ କରିବା ସହ ଯେଉଁ ମାନେ ଡାକ୍ତର ଙ୍କ ସହ ଧସ୍ତା ଧସ୍ତି କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରିବା କୁ ଡାକ୍ତର ସଂଘ ପକ୍ଷରୁ କୁହାଯାଇଥିଲା ।

ଏନେଇ ଡାକ୍ତର ମାନେ ଡିଏଚଏଚ ପରିସର ରେ ଏସପି ଙ୍କ ସହ ଆଲୋଚନା କରୁଥିଲେ । ସେହି ସମୟ ରେ କିଛି ସାମ୍ବାଦିକ ଉକ୍ତ ଆଲୋଚନା ସମୟ ର ଭିଡିଓ ଫୋଟ ଉତ୍ତୋଳନ କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜୈନିକ ଡାକ୍ତର ଆଙ୍ଗୁଠି ଲମ୍ଭାଇ ସାମ୍ବାଦିକ ମାନଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଯାହାକି ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେଉଛି । ଏହାକୁ ନେଇ ଜିଲ୍ଲା ର ସାମ୍ବାଦିକ ଓ ବୁଦ୍ଧିଜୀବୀ ଙ୍କ ମହଲ ରେ ଖୁବ୍ ଅସନ୍ତୋଷ ଦେଖା ଦେଇଛି ଓ ଏହି ଘଟଣାକୁ ଖୁବ୍ ନିନ୍ଦା କରାଯାଉଛି । ଏହି ଘଟଣା ବିରୁଦ୍ଧରେ ବୁଧୁବାର ସମସ୍ତ ସାମ୍ବାଦିକ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଙ୍କୁ ଭେଟି ଏହି ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ସିଡିଏମଓ ଡ.ଉଷାରାଣୀ ଦାସ ଙ୍କୁ ମଧ୍ୟ ସାକ୍ଷାତ୍ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments