ଗୋଟିଏ ଦିନ ରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ତିନୋଟି ସ୍ଥାନ ରେ ଚଢ଼ାଉ କରି ନିଶାଦ୍ରବ୍ୟ ସହ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ : ୪ ଲକ୍ଷ ୬୪ ହଜାର ୧୫୦ ଟଙ୍କା ଜବତ

Date:

Share post:

ସୁବର୍ଣ୍ଣପୁର, (୨୭/୦୫) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଙ୍କ ନିର୍ଦେଶ କ୍ରମେ ସହର ର ପଟାଭାଡିର ଶଶାଙ୍କ ଶେଖର ମିଶ୍ରଙ୍କ ଘରେ ଗଞ୍ଜେଇ , କଫ ସିରଫ , ଏକ ପିସ୍ତଲ ଓ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଇତ୍ୟାଦି ଗଚ୍ଛିତ ଥିବା ସ୍ଥାନରେ ଚଢାଉ କରି ଜବତ୍ କରିଛି ସୋନପୁର ଥାନା ପୁଲିସ ।

ଏ ସମ୍ପର୍କରେ ପୁଲିସ ଏକ ମକଦ୍ଦମା ରୁଜୁ କରିବା ସହ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ତଦନ୍ତ ଜାରି ରଖିଛି ଅନ୍ୟ ବ୍ୟକ୍ତିମାନଙ୍କୁ ଖୋଜୁଛି । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ, ସୋନପୁର ଥାନା ପୁଲିସ କଣ୍ଟାମାଲ ପାର୍ଶ୍ଵରୁ ସମ୍ବଲପୁର ପାର୍ଶ୍ଵକୁ ଗଞ୍ଜେଇ ପରିବହନ କରି ଏକ ଟାଟା ସୁମୋ ଗୋଲ୍ଡ ଗାଡି ଯାହାର ପଞ୍ଜୀକରଣ ନମ୍ବର ଓଡ଼ି ୨୩ – ୩୧୮୪ (OD 23 3184) କୁ ପିଛା କରିଥିଲେ ।

ପୁଲିସ ଟିମ ଅର୍ଜୁନ ରିସର୍ଟ ସମ୍ମୁଖ ପାଟଭାଡି ଛକ ନିକଟରେ ଉକ୍ତ ଗାଡ଼ିଟିକୁ ଅଟକ ରଖି ଯାଞ୍ଚ କରିବାପରେ, ସେହି ଗାଡିରୁ ୨୯ କିଲୋଗ୍ରାମ ୨୩୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଏହି ମାମଲା ରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟକୁ ପଠାଯାଇଛି । ତୃତୀୟ ମାମଲା ଆଧାରରେ ବୀରମହାରାଜପୁର ଥାନା ଅଧିକାରୀ ଜୟାତି କେଶରୀ ସାହୁ ଓ ଷ୍ଟାଫ ଙ୍କ ସହିତ ବୀରମହାରାଜପୁର ର ଲାତୁରପେଟ ଖେଳପଡ଼ିଆରେ ଚଢାଉ କରି ଅଭିଯୁକ୍ତ ଜୟରାମ ଭରସାଗର, ଚନ୍ଦ୍ର ଶେଖର ସିଂହ ଏବଂ ଶିବାଶିଷ ଖପରଧୂଆଙ୍କ ନିକଟରୁ ୦୨ କିଲୋ ୯୨୦ ଗ୍ରାମ ଓଜନର ଗଞ୍ଜେଇ, ୧୨୯ ବୋତଲ କଫ ସିରପ, ଗୋଟିଏ ଦେଶୀ ନିର୍ମିତ ୭.୬୫ ପିସ୍ତଲ, ପାଞ୍ଚଟି ଜୀବନ୍ତ ଗୁଳି, ନଗଦ ୧,୧୪,୧୫୦/- ଟଙ୍କା (ଏକ ଲକ୍ଷ ଚଉଦ ହଜାର ଏକ ଶହ ପଚାଶ) , ଦୁଇ ଗୋଟି ମୋଟର ସାଇକେଲ ଏବଂ ପାଞ୍ଚ ଗୋଟି ମୋବାଇଲ ଫୋନ୍ ଜବତ କରିଥିଲେ ।

ଉକ୍ତ ୩ ଜଣଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ଓଡ଼ିଶା ପୁଲିସ ର ନିଶାମୁକ୍ତ ଓଡିଶା ଅଭିଯାନ ଚାଲିଥିବା ବେଳେ ଜିଲ୍ଲା ବିଭିନ୍ନ ଥାନା ରେ ଚଢ଼ାଉ କରି ନିଶା ଦ୍ରବ୍ୟ ଜବତ କରିବା ରେ ସକ୍ଷମ ହେବା ସହ ପୃଥକ୍ ପୃଥକ୍ ଭାବରେ ତିନୋଟି ମାମଲା ରୁଜ୍ଜୁ କରି ୭ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...