ପାଞ୍ଚୋଟି ମୋଟର ସାଇକେଲ ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ଟଳିଲା ବିପଦ

Date:

Share post:

ବିନିକା, (୨୫/୦୬) : ଆପ୍ର : ପାଞ୍ଚୋଟି ମୋଟର ସାଇକେଲ ଉପରେ ଚଢ଼ିଗଲା ଟ୍ରକ । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି ।

ବରଗଡ଼ରୁ ସାର ବୋଝେଇ ଆସୁଥିବା ଏକ ଟ୍ରକ ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ହଠାତ୍ ଆପେ ଆପେ ଗଡ଼ି ଯାଇଥିଲା । ଟ୍ରକ ଡ୍ରାଇଭର ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହାରାଇଥିବା ସନ୍ଦେହ କରାଯାଉଛି । ଫଳରେ ଟ୍ରକଟି ଦ୍ରୁତ ଗତିରେ ଆଗକୁ ବଢ଼ି ପ୍ରଥମେ ଏକ ହାଇୱାକୁ ଧକ୍କା ଦେଇଥିଲା । ପରେ ରାସ୍ତା କଡ଼ରେ ଥିବା ଏକ ପାନ ଦୋକାନ ସମ୍ମୁଖରେ ପାର୍କିଂ କରାଯାଇଥିବା ପାଞ୍ଚଟି ମୋଟରସାଇକେଲ ଉପରେ ଚଢ଼ି ଯାଇଥିଲା ।

ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ପ୍ରାଣ ହରାଇନାହାଁନ୍ତି । ଏହି ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଛି । ଖବର ପାଇ ବିନିକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକେ ମଧ୍ୟ ଏହି ଘଟଣା ପରେ ରାସ୍ତା ସୁରକ୍ଷା ଏବଂ ଭାରୀ ଯାନବାହନ ପାର୍କିଂ ବ୍ୟବସ୍ଥା ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...