ପିଲାଙ୍କ ପାଠପଢ଼ା ବହିରେ ତ୍ରୁଟି, ସରିଲା ତଦନ୍ତ

Date:

Share post:

ଭୁବନେଶ୍ୱର, (୨୫/୦୬) : ଆପ୍ର : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି ।

୭ ଦିନ ଧରି ତନାଘନା କରିବା ପରେ ପୁସ୍ତକ ପ୍ରସ୍ତୁତିରେ କାହାର ଭୂମିକା କ’ଣ ରହିଥିଲା, କିଏ ଉତ୍ତରଦାୟୀ, କମିଟି ତାହା ଅନୁଧ୍ୟାନ କରିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ଯାଂଚ କରିବା ପରେ ଏକାଧିକ ଫାଇଲ ନେଇଛନ୍ତି । ମୁଖ୍ୟତଃ କଣ୍ଟେଣ୍ଟ ପ୍ରସ୍ତୁତି ଓ ବିକଶିତ କରାଯାଇଥିବା ଦସ୍ତାବିଜର ତନ୍ନ ତନ୍ନ କରି ଯାଂଚ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କମିଟି ରିପୋର୍ଟ ଦାଖଲ କରିପାରେ । ଏନେଇ କେଉଁ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ପାୱାର କରିଡରରେ ଚର୍ଚ୍ଚା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତରେ ଶହଶହ ତ୍ରୁଟି ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସାରାରାଜ୍ୟ । ଲୋକସେବା ଭବନରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । SCERT ନିର୍ଦ୍ଦେଶିକା, ଉପ-ନିର୍ଦ୍ଦେଶକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଏହି ତ୍ରୁଟି ସମ୍ପର୍କରେ କରିଛନ୍ତି ପଚରାଉଚରା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...