Homelocalକଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ

କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ

ନୂଆପଡା, (୧୯/୦୯) : ଆପ୍ର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଐତିହାସିକ ରାମଗଡ ମାଟି ଗଣ୍ତାବାହାଲି ଠାରେ ନୂଆଖାଇ ଭେଟଘାଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି ।

ଯୁବ ସଂଗଠକ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଗୌରାଙ୍ଗ କୁମାର ସାହୁ, ସମ୍ମାନିତ ଅତିଥି ଲମ୍ବୋଦର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ମୀ ଓରାମ, ସିନାପାଲି ଥାନା ଭାରାପ୍ରାପ୍ତ ମହେଶ୍ୱର ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ସର୍ବପ୍ରଥମେ ସମଲେଇ ମାଁଙ୍କ ପୂଜାର୍ଚ୍ଚନା ପରେ ପଞ୍ଚାୟତ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଗାଁ’ର ବିକାଶ ପାଇଁ ବିଶେଷ ଅବଦାନ ଥିବା ସମାଜସେବୀ ଗୁଣଧର ମେହେର ଓ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍‌ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଐତିହ୍ୟ ସମ୍ପନ୍ନ ମାଟିର କଳା ସଂସ୍କୃତି ଯୁବ ସଂଗଠନ ଏକତା ପାଇଁ ଆଜିକାର ଅତିଥି ଏବଂ ମୁଖ୍ୟବକ୍ତା ନିଜର ଅଭିଭାଷଣ ପ୍ରଦାନ କରି ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବାସନ୍ତୀ କଳା ପରିଷଦ ସୋନପୁର, ଡାଲଖାଇ, ରସରକେଲି, ଛତିଶଗଡି ଗାୟିକା ରୋସନୀ ତ୍ରିପାଠୀ, ଡ୍ୟାନ୍ସ ଧମାକ୍ ଦର୍ଶକଙ୍କ ମନ ମୋହିଥିଲା । କାର୍ଯ୍ୟକ୍ରମକୁ ଗୁପ୍ତେଶ୍ୱର ମେହେର ପରିଚାଳନା କରୁଥିବା ବେଳେ ଡିସମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments