ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ଘଟଣା, ହତ୍ୟାକାରୀକୁ ଏନକାଉଣ୍ଟର କଲା ପୋଲିସ

Date:

Share post:

ପୁରୀ, (୨୪/୦୬) : ଆପ୍ର : ପୁରୀରେ ଏନକାଉଣ୍ଟର। ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ପୋଲିସର ଆକ୍ସନ । ହତ୍ୟାକାରୀକୁ ଏନକାଉଣ୍ଟର କଲା ପୋଲିସ ।

ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର ହୋଇଛି । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଆହତକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନ ଭିନ ଜାରି ରଖିଛି ପୋଲିସ । ଏହାସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ ।

ସେହିପରି ଗତ ଦୁଇ ଦିନ ତଳେ ରାଉରକେଲାରେ ଡବଲ ଏନକାଉଣ୍ଟର ହୋଇଥିଲା । ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସର ଏନକାଉଣ୍ଟର କରିଥିଲା । ଝିରପାଣି ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ସେକ୍ଟର-୬ ତୋଫାନ ବିନ୍ଧାଣି ହତ୍ୟା ମାମଲାରେ ଫେରାର ଥିବା ଦୁଇ ଅଭିଯୁକ୍ତ ଝିରପାଣି ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିବା ବେଳେ ସେଠାରୁ ଖସିଯିବାକୁ ପୋଲିସକୁ ଫାୟାରିଂ କରିଥିଲେ । ଜବାବରେ ପୋଲିସ ପାଲଟା ଗୁଳି ଚଳାଇବାରୁ ଆହତ ହୋଇଥିଲେ ଦୁଇ ଅପରାଧୀ । ଦୁଇ ଅପରାଧୀଙ୍କ ଗୋଡ଼ରେ ବାଜିଥିଲା ଗୁଳି।

LEAVE A REPLY

Please enter your comment!
Please enter your name here

spot_img

Related articles

ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (୨୪/୦୬ ) : ଆପ୍ର : ସ୍କୁଲ ମାନଙ୍କରେ ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼...

୭ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନର ଧାରଣା

ବରଗଡ, (୨୪/୦୬) : ଆପ୍ର : ପୁଣି ଧାନ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗର୍ଜିଲା ସଂଯୁକ୍ତ କୃଷକ...

କେସିଙ୍ଗା ଏନ୍‌ଏସି ତରଫରୁ ବଗାଡରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା, (୨୪/୦୬) : ଆପ୍ର : ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ୧୯୬୫ରେ ଗଠିତ କେସିଙ୍ଗା ଏନ୍‌ଏସିରେ ଅନେକ ସ୍ଥାନରେ ଜବରଦଖଲ ଅଭିଯୋଗ...

ଦାଦାର ବାଡ଼ି ପ୍ରହାରରେ ଝିଆରୀ ମୃତ

ବାସୁଦେବପୁର, (୨୪/୦୬) : ଆପ୍ର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଭୈରବପୁର ଗାଁ'ରେ ଅଘଟଣ । ଦାଦାର ବାଡ଼ି ପ୍ରହାରରେ ଝିଆରୀର...