Homelocalସହରାଞ୍ଚଳରେ ଆଉ ହେବନି କୃତ୍ରିମ ବନ୍ୟା, ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ରାଜ୍ୟ ସରକାର

ସହରାଞ୍ଚଳରେ ଆଉ ହେବନି କୃତ୍ରିମ ବନ୍ୟା, ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ରାଜ୍ୟ ସରକାର

ଭୁବନେଶ୍ୱର, (୦୪/୦୭) : ଆପ୍ର : ସହରାଞ୍ଚଳରେ ଆଉ ହେବନି କୃତ୍ରିମ ବନ୍ୟା। ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ରାଜ୍ୟ ସରକାର ।

ଏଥିପାଇଁ ୧୦ଟି ସହରକୁ ବିପର୍ଯ୍ୟୟ ପରିଚାଳନା ବିଭାଗ ଅର୍ଥ ମଞ୍ଜୁର କରିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷା ଯୋଗୁ ଆଉ କେଉଁଠି କୃତ୍ରିମ ବନ୍ୟା ହେବ ନାହିଁ । ଏହି କ୍ରମରେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଭୁବନେଶ୍ୱର ପାଇଁ ଆଇଆଇଟି ରୁର୍କୀ ପ୍ଲାନ କରିଛି । ନଗର ଉନ୍ନୟନ ବିଭାଗକୁ ପରାମର୍ଶ ଦିଆଯାଇଛି। ସେମାନେ ଅଧିକ କୃତ୍ରିମ ବନ୍ୟା ହେଉଥିବା ୧୦ ସହରର ନାଁ ଦେବେ। ସେହିଭଳି ସୁନାମୀର ଆଶଙ୍କା ଥିବା ୩୮୧ଟି ଗାଁକୁ ଚିହ୍ନଟ କରାଯାଇଛି । ଯାହା କି ସମୁଦ୍ରର ୧୦ କିମି ଭିତରେ ରହିଛି । ସେଠାରେ ଟ୍ରେନିଂ ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ବର୍ଷା ସମୟରେ ପାହାଡ଼ ଖସୁଛି । ପାହାଡ଼ ଖସିବାକୁ ରୋକିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments