Homelocalବଡ଼ବାରବା ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ

ବଡ଼ବାରବା ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ

ରାଇକିଆ, (୦୮/୦୯) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବଡ଼ବାରବା ଗ୍ରାମ ପଞ୍ଚାୟତର ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2026 09 07 at 18.40.59 1

ଏହି ଅବସରରେ  ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ଯୋଗ ଦେଇ ଜନସାଧାରଣଙ୍କର ଆବେଦନ ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ । ଆବେଦନ ଅଭିଯୋଗ ଗୁଡ଼ିକ ମଧ୍ୟରେ ମୋଟ ୧୪ ଗୋଟି  ଅଭିଯୋଗ ଗୁଡ଼ିକ ମଧ୍ୟରୁ ବ୍ୟକ୍ତିଗତ ୬ ଗୋଟି ଏବଂ ସାମୁହିକ ଭାବେ ୮ ଗୋଟି ରହିଥିଲା । ବ୍ୟକ୍ତିଗତ ଅଭିଯୋଗ ଗୁଡ଼ିକ ମଧ୍ୟରେ ପ୍ରମୁଖ ଭାବେ ଭତ୍ତା ସହାୟତା ଆକାଉଣ୍ଟରେ ନ ଦେଇ ପ୍ରତ୍ୟକ୍ଷ ଭାବେ ହାତରେ ଦେବା ବିଷୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କିଲୋ ଚାଉଳ ପ୍ରଦାନ କରିବା ଥିଲା, ଏବଂ ସାମୁହିକ ଅଭିଯୋଗ ଗୋଷ୍ଠି ରାସ୍ତା ନିର୍ମାଣ, ମରାମତି, ବିଦ୍ୟାଳୟ ପାଚେରୀ ନିର୍ମାଣ ଜଳ ଯୋଗାଣ ସମସ୍ୟା ବିଷୟ ଥିଲା ।

ଅଗାମୀ ନିକଟରେ ସମସ୍ତ ଆବେଦନ ଅଭିଯୋଗ ଗୁଡ଼ିକର ବିଚାର କରି ମଞ୍ଜୁର ସହ କାର୍ଯ୍ୟକାରୀ କରିବା ପାଇଁ  ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ଏବିଡିଓ ନିର୍ଦେଶ ଦେଇଥିଲେ । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅବସରରେ ସରପଞ୍ଚ ରବି ନାୟକ, ସମିତି ସଭ୍ୟ ନାରାୟଣ ଦଳେଇ, ଜିପିଡିଓ ମହେଶ ପଟ୍ଟନାୟକ, ଏଇଇ ସହକାରି ନିର୍ବାହି ଯନ୍ତ୍ରୀ ବଣ୍ଟି ଚୌଧୁରୀ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ ପଣ୍ଡା,ରୁରାଲ ହାଉସୀଙ୍ଗି ସଂଯୋଜକ କମଲ ପ୍ରସାଦ ନାୟକ, ସହକାରି ଯନ୍ତ୍ରୀ ସନ୍ତୋଷ ସେଠୀ ଏବଂ ଏଡିଓ ବାଦଲ ଦିଗାଳ ଉପସ୍ଥିତ ରହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments