ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ପାଇଁ ଧାନ କିଣା ଆରମ୍ଭ : କିନ୍ତୁ ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଳରେ ତୀବ୍ର ଅସନ୍ତୋଷ

ସୁବର୍ଣ୍ଣପୁର ,(୨୨/୦୫)ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା ପେସ୍କ୍ (ପ୍ରାଥମିକ କୃଷି ସେବା ସମବାୟ ସମିତି) ରେ ଚଳିତ ରବି (ଡାଲୁଅ) ର ଧାନ କିଣା ଆରମ୍ଭ ହୋଇଛି l ସମ୍ପାଦକ ରବିନାରାୟଣ ଥନାପତି ଙ୍କ ସଭାପତିତ୍ତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଏହାକୁ ଉଦଘାଟନ କରିଥିଲେ l

ଏଥିରେ ସମ୍ମାନିତ ଅତିଥି ଭାବେ ଚିଫ୍ ସିଏସଓ ନିରଜ୍ ରଞ୍ଜନ ଦାଶ , ଡିଆରସିଏସ ଭବାନୀ ଶଙ୍କର ଦାଶ , ଆରଏମସି ସମ୍ପାଦକ ଅବକାଶ ବେହେରା ,ସି ଏସ ଓ କେଦାରନାଥ ନାୟକ, ଏସିଏସଓ ରେବତୀ ସିଂ ନାଏକ, ଯୋଗାଣ ଅଧିକାରୀ ପ୍ରମୋଦ ପଣ୍ଡା, ପେସ୍କ ସଭାପତି ଚତୁର୍ଭୁଜ ଥନାପତି, ସରପଞ୍ଚ ବୃନ୍ଦାବତୀ ନାଏକ , ଭୀମ ସେନ ସିଂଦେଓ, ଡିଓଏଲପିସି ସଭ୍ୟା ଶିବରାଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଆଜି ପ୍ରଥମ ଦିନରେ ୨ ଜଣ ଚାଷୀ ଙ୍କ ଠାରୁ ୧୧୧ କୁଇଣ୍ଟାଳ ୧୪ କେଜି ଧାନ କିଣି ପାର୍ବତୀ ଓ ବ୍ରଜଭୂମୀ ରାଇସ ମିଲ କୁ ପଠା ଯାଇଥିଲା l ଏଥିରେ ସମସ୍ତ ପେସ୍କ ସମ୍ପାଦକ ଓ କର୍ମଚାରୀ ସହଯୋଗ କରିଥିଲେ l ଅପରେ ପକ୍ଷରେ ଏହି ଜିଲ୍ଲାର ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ମାନଙ୍କ ମୋବାଇଲକୁ ମେସେଜ ମାଧ୍ୟମରେ ଟୋକନ ପଠାଇବା ଦାୟିତ୍ଵ ରାଜ୍ୟ ସରକାରଙ୍କ ହାତରେ ରହିଛି । ଯାହା ଫଳରେ ଚାଷୀ କିଛି କରି ପାରୁ ନାହିଁ। ରବି ଋତୁ ରେ ଧାନ କିଣା ଅବଧି ତଥା କମ ଦିନ ରହୁ ଥିବାରୁ ଶୀଘ୍ର ଟୋକନ ପଠାଇବାକୁ ଦାବୀ ହେଉଛି ।

Hot this week

Topics

spot_img

Related Articles

Popular Categories

spot_imgspot_img