ମଧ୍ୟମ ଫାଉଣ୍ଡେସନ ତରଫରୁ ସାମାଜିକ ସମୀକ୍ଷା କର୍ଯ୍ୟକ୍ରମ

Date:

Share post:

ରାଇକିଆ: ରାଇକିଆ ମଧ୍ୟମ ଫାଉଣ୍ଡେସନ ତରଫରୁ ଆୟୋଜିତ ସାମାଜିକ ସମୀକ୍ଷା-୨୦୨୬ କାର୍ଯ୍ୟକ୍ରମ ରାଇକିଆ ସ୍ଥିତ ଜାଗୃତି କୃଷି ଉତ୍ପାଦନକାରୀ ମହିଳା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏ ଦବ୍ଲଓ ଇନ୍ତର୍ଣାସନାଲ ସହଯୋଗ ରେ ପରିଚାଳିତ ଏହି ଅନୁଷ୍ଠାନ ର କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଢ଼ୀ ରିସୋର୍ସ ପର୍ସନ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ମାଧ୍ୟମ ଫାଉଣ୍ଡେସନ ଦ୍ୱାରା ଗତ ୩ ବର୍ଷ ଧରି କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ୨୦୨୬ ବର୍ଷ ର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା । ସେହିପରି କାର୍ଯ୍ୟକ୍ରମଗୁଡ଼ିକର ଦୀର୍ଘମିଆଦୀ ରକ୍ଷଣାବେକ୍ଷଣ ଓ ସ୍ଥାୟୀକରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ-କୃଷି ଅଧିକାରୀ ସୁଦୀପ୍ତା ପ୍ରଧାନ,ଡଡିଙ୍ଗିଆ ସରପଞ୍ଚ ଅଶୋକ କୁମାର ପ୍ରଧାନ,, ଜାଗୃତି ମହିଳା ସମବାୟ ସମିତି ର ସଭାନେତ୍ରୀ ସୁଷମା ପ୍ରଧାନ, ୱାର୍ଡ ମେମ୍ବର ବୃନ୍ଦ , ଉତ୍ପାଦନକାରୀ ଗୋଷ୍ଠୀର ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।ପ୍ରକଳ୍ପ ସଂଯୋଜକ ଜଳନ୍ଧର ପରିଡ଼ା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସୌଭାଗ୍ୟ କୁମାର ମିଶ୍ର, ସତ୍ୟଜିତ୍ ରାୟ, ସଞ୍ଜୀବ କୁମାର ଖଣ୍ଡଗିରି, ବିଷ୍ଣୁ ଚରଣ ସାହୁ ଏବଂ ନମିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (୧୩/୦୬) : ଆପ୍ର : ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ...

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା...

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

ରାଇକିଆ, (୧୩/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର...