Homelocalହରଭଙ୍ଗା ବ୍ଲକ ପ୍ରଶାସନର ଅଭିନବ ପ୍ରୟାସ ; ସରସରା, ବନ୍ଧାପଥରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି

ହରଭଙ୍ଗା ବ୍ଲକ ପ୍ରଶାସନର ଅଭିନବ ପ୍ରୟାସ ; ସରସରା, ବନ୍ଧାପଥରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି

ହରଭଙ୍ଗା, (୦୮/୦୯) : ଆପ୍ର : ତୃଣମୂଳସ୍ତରରେ ଜନସାଧାରଣ ବିଭିନ୍ନ ସମସ୍ୟାର ସମାଧାନ ସହିତ ସରକାରୀ ଯୋଜନାର ସଫଳତା ସାଧାରଣ ଜନତାଙ୍କ ପାଖରେ ସଠିକ ଢଙ୍ଗରେ ପହଂଚୁଛି କି ନାହିଁ ତାର ବାସ୍ତବ ଚିତ୍ର ପରଖିବା ପାଇଁ ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଭଳି ନୂତନ ପ୍ରୟାସ ହାତକୁ ନିଆଯାଇଛି ।

ବିଡିଓ କର୍ଣ୍ଣ ସୁନାଙ୍କ ଏଭଳି ମହତ ଉଦେଶ୍ୟ ନେଇ ସୋମବାର ବ୍ଲକର ବନ୍ଧାପଥର, ସରସରା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସକାଳେ ପ୍ରଥମ ପର୍ଯ୍ୟାୟରେ ବନ୍ଧାପଥର ପଞ୍ଚାୟତ କାର୍ଯ୍ୟଳୟରେ ଅନୁଷ୍ଠିତ ଜଣାଶୁଣାରି ୫୭ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସରସରା ପଞ୍ଚାୟତରେ ଅନୁଷ୍ଠିତ ଜନଶୁଣାଣିରେ ୧୧୪ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ କର୍ଣ୍ଣ ସୁନା, ସମସ୍ତ ଅଭିଯୋଗର ଶୁଣାଣି କରି ସେଗୁଡିକ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ବିଡିଓଙ୍କ ସହିତ ଏବିଡିଓ ସତ୍ୟପ୍ରିୟ ସାହୁ, ବନ୍ଧାପଥର ସରପଞ୍ଚ ଲକ୍ଷ୍ମୀପ୍ରିୟା ପ୍ରଧାନ, ସରସରା ସରପଞ୍ଚ ହରି ନାଏକ, ପିଇଓ ଶ୍ରୀକାନ୍ତ ପ୍ରଧାନ, ପିଇଓ ଶ୍ରୀମନ୍ତ ପ୍ରଧାନ, ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଅବିନାଶ ପ୍ରଧାନ, ବି. ଆର. ସି ଦେବରାଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments