ଭବାନୀପାଟଣାରେ ଭାଲୁ ଆତଙ୍କ

Date:

Share post:

ଭବାନୀପାଟଣା, (୨୧/୦୬) : ଆପ୍ର : ସହରର ଦେବାନ ସାହେବ୍ ପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଭାଲୁ ଦେଖିବାକୁ ମିଳିଥିଲା।

ପରେ ଭାଲୁ ଟି ଡାକ୍ତରଖାନା ପଛ ପଟେ, ଚର୍ଚ୍ଚ ନିକଟରେ ବୁଲାବୁଲି କରୁଥିବା ସିସିଟିଭି ଭିଜୁଆଲ ରେ ଦେଖିବାକୁ ମିଳିଛି । ଲୋକେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ଘୋଷଣା କରାଯାଉଛି । ଗତ ୬ ଦିନ ତଳେ କୃଷି ମହାବିଦ୍ୟାଳୟ ଅଞ୍ଚଳରେ ଲୋକେ ଭାଲୁ ଦେଖିଥିବା ଚର୍ଚା ହେଉଥିଲା । ସୂଚନାଯୋଗ୍ୟ ପ୍ରାୟ ୨ ବର୍ଷ ତଳେ ଗୋଟାଏ ଭାଲୁ ସହରର ସାପ୍ତାହିକ ହାଟ ରୁ ଗାନ୍ଧୀ ଛକ ଯାଏଁ ଉତ୍ପାତ କରିଥିଲା । ଫଳରେ ଭାଲୁ ଆକ୍ରମଣରେ କିଛିଲୋକ ଆହତ ହେଇଥିଲେ । ତେବେ ଆଜି ସନ୍ଧ୍ୟାରେ ସହରର ଡାକ୍ତରଖାନା ଛକ, ଦେବାନ ସାହେବ୍ ପଡ଼ା ପ୍ରଭୃତି ଅଞ୍ଚଳରେ ଭାଲୁ ବୁଲିବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...