Homebreaking news୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା, ମା’ ଓ ଝିଅ ଉଭୟ ସୁସ୍ଥ

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା, ମା’ ଓ ଝିଅ ଉଭୟ ସୁସ୍ଥ

ପଦ୍ମପୁର, (୦୮/୦୭) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଭାନୁ ଜାଗାରଙ୍ଗାଙ୍କୁ ରାତ୍ର ୪ଟା ସମୟରେ ହଠାତ୍ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

ସୂଚନା ପାଇବା ମାତ୍ରେ ପଦ୍ମପୁର ୧୦୮ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟିମ୍‌ରେ ଥିଲେ ୧୦୮ ଜରୁରୀ କାଳୀନ ଚିକିତ୍ସକ ଯୁଗଳ କିଶୋର ଶବର, ଡ୍ରାଇଭର ଗ. ମାଧବ ଏବଂ ସହାୟକ – ରବି ଶବର। ପେସେଣ୍ଟଙ୍କୁ ଆମ୍ବୁଲାନ୍ସରେ ପଦ୍ମପୁର ମେଡ଼ିକାଲକୁ ଆଣୁଥିବା ସମୟରେ ରାସ୍ତାରେ ହିଁ ଭାନୁ ଜାଗରଙ୍ଗାଙ୍କ ପ୍ରସବ ବେଦନା ବଢିଯାଇଥିଲା । ଏପରି ପରିସ୍ଥିତିରେ ଯୁଗଳ କିଶୋର ଶବରଙ୍କ ତତ୍ପରତା ଓ ଦକ୍ଷତା ଯୋଗୁଁଁ ଆମ୍ବୁଲାନ୍ସ ଭିତରେ ହିଁ ସେ ଗୋଟିଏ ଶିଶୁ କନ୍ୟାକୁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ । ପରେ ମା’ ଓ ନବଜାତ ଶିଶୁକୁ ତୁରନ୍ତ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପରୀକ୍ଷା କରି ଉଭୟ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ଦେଇଥିଲେ । ୧୦୮ ଟିମ୍‌ର ଏହି ତତ୍ପରତା ଓ ମାନବିକତାକୁ ସେବାକୁ ଗାଁ ଲୋକେ ପ୍ରଶଂସା କରିଛନ୍ତି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments