Homebreaking newsବନ୍ଧୁକ ମୁନରେ ଅଳଙ୍କାର ଲୁଟ ମାମଲା, ୨ ଜଣଙ୍କୁ ଗିରଫ କଲା ପୋଲିସ

ବନ୍ଧୁକ ମୁନରେ ଅଳଙ୍କାର ଲୁଟ ମାମଲା, ୨ ଜଣଙ୍କୁ ଗିରଫ କଲା ପୋଲିସ

ଯାଜପୁର, (୧୯/୦୮) : ଆପ୍ର : ବନ୍ଧୁକ ମୁନରେ ଅଳଙ୍କାର ଲୁଟ ଘଟଣାରେ ୨ଜଣଙ୍କୁ ଗିରଫ କଲା ଯାଜପୁର ପୋଲିସ

ଗିରଫ ଅଭିଯୁକ୍ତ ହେଲେ ଯଖପୁରା ଥାନା ଅଞ୍ଚଳର ଆକାଶ ପ୍ରଧାନ ଓ ପ୍ରକାଶ ପ୍ରଧାନ । ଗତମାସ ବିଂଝାରପୁର ଥାନା ମଇନ୍ଦାରେ ଓ ଚଳିତ ମାସ ଯାଜପୁର ସଦର ଥାନା ଶିବା ଛକରେ ଅଳଙ୍କାର ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ଲୁଟ ହୋଇଥିବା ୬ କେଜି ରୁପା, ୧୭ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଏବଂ ନଗଦ ୭ ହଜାର ଟଙ୍କା ଜବତ କରିଛି । ଏଥିସହ ଲୁଟରେ ବ୍ୟବହୃତ ବନ୍ଧୁକ ଓ ଏକ ବାଇକ ମଧ୍ୟ ପୋଲିସ ଜବତ କରିଛି । ଏନେଇ ଯାଜପୁରଏସପି ୟଶ ପ୍ରତାପ ଶ୍ରୀମଲ ସୂଚନା ଦେଇଛନ୍ତି । ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments