Homebreaking newsବିନା COR ରେ ଚାଲିବନି ଘରୋଇ ସ୍କୁଲ! ନିୟମ ଭାଙ୍ଗିଲେ ତାଲା ପକାଇବେ ସରକାର

ବିନା COR ରେ ଚାଲିବନି ଘରୋଇ ସ୍କୁଲ! ନିୟମ ଭାଙ୍ଗିଲେ ତାଲା ପକାଇବେ ସରକାର

ଭୁବନେଶ୍ୱର, (୦୪/୦୭) : ଆପ୍ର : ରାଜ୍ୟର ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଖବର । ଏଣିକି ସାର୍ଟିଫିକେଟ୍ ଅଫ୍ ରେକଗ୍ନେସନ୍ (COR) ବା ସ୍ୱୀକୃତି ପ୍ରମାଣପତ୍ର ବିନା ଓଡ଼ିଶାରେ କୌଣସି ବି ଘରୋଇ ସ୍କୁଲ ପ୍ରତିଷ୍ଠା ହୋଇପାରିବ ନାହିଁ

ଆରସିଏଫ୍ସିଇ (RCFCE) ଆଇନ ୨୦୦୯ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ନୂତନ ଘରୋଇ ବିଦ୍ୟାଳୟ ଖୋଲିବା ନିର୍ଦ୍ଦେଶାବଳୀକୁ ସଂଶୋଧନ କରାଯିବା ସହ ଚଳିତ ନୂଆ ଶିକ୍ଷାବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଥିବା ସଂଗଠନଗୁଡ଼ିକ ପାଇଁ ଏହି ନିୟମ ବାଧ୍ୟତାମୂଳକ । ଯଦି କୌଣସି ସଂସ୍ଥା ଏହାର ଉଲ୍ଲଂଘନ କରେ, ତେବେ ସ୍କୁଲରେ ତାଲା ପଡ଼ିବ ବୋଲି ବିଭାଗ ଚେତାବନୀ ଦେଇଛି ।

ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମାଳମାଳ ଘରୋଇ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ସେଥିମଧ୍ୟରୁ ଅଧିକାଂଶଙ୍କ ପାଖରେ ସିଓଆର୍ ନାହିଁ। ରାଜ୍ୟରେ ୭ ହଜାରରୁ ଅଧିକ ଛୋଟବଡ଼ ଘରୋଇ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ମାତ୍ର ୪,୫୧୩ଟି ସ୍କୁଲ ସିଓଆର୍ ପାଇ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଛନ୍ତି । ବାକି ପାଖାପାଖି ୨୫୦୦ ସ୍କୁଲ ବିନା ସ୍ୱୀକୃତିରେ ଚାଲୁଥିବାରୁ ସରକାର ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ଏଣିକି ଆବେଦନକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ସୋସାଇଟିଜ୍ ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟସ୍ ଆକ୍ଟରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ । ଏହା ସହିତ ସ୍କୁଲରେ ସୁରକ୍ଷିତ ପରିବେଶ, ଶ୍ରେଣୀଗୃହ, ପରିମଳ ଶୌଚାଳୟ, ପାନୀୟ ଜଳ, ଖେଳପଡ଼ିଆ, ରାମ୍ପ ଓ ପର୍ଯ୍ୟାପ୍ତ ଜମି ଭଳି ଭିତ୍ତିଭୂମି ଥିବା ସୁନିଶ୍ଚିତ କରିବାକୁ ହେବ । କେବଳ ସେତିକି ନୁହେଁ, ନିୟମ ଅନୁଯାୟୀ କେବଳ ଯୋଗ୍ୟ ଓ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ହିଁ ନିୟୋଜିତ କରାଯାଇପାରିବ । ସ୍କୁଲ ଖୋଲିବା ଆବେଦନକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୁପାରିସ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଅନୁମତି ଦେବେ । ନିୟମ ପାଳନର ତଦାରଖ ପାଇଁ DEO ଓ BEOମାନେ ନିୟମିତ ସ୍କୁଲଗୁଡ଼ିକର ଯାଞ୍ଚ କରିବେ ଏବଂ ଖିଲାପକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments