ଭୁବନେଶ୍ବର, (୧୬/୧୦) : ଆପ୍ର : ଜଳିଗଲା ଫଳ ଦୋକାନ । ବ୍ରହ୍ମପୁର ବିଜିପୁର ଭେଣ୍ଡିଂ ଜୋନ୍ ରେ ଥିବା ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ।
ନିଆଁର ଆଁରେ ୩ଟି ଫଳ ଦୋକାନ ଜଳିପୋଡ଼ି ଛାରଖାର ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ନିଆଁର ତୀବ୍ରତା ଅଧିକ ଥିବାରୁ ଆଉ ଏକ ଅଗ୍ନିଶମ ଟିମ୍ କୁ ଡକାଯାଇଥିଲା । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ଛାରଖାର ହୋଇଗଲା ୩ଟି ଫଳ ଦୋକାନ । ବ୍ରହ୍ମପୁର ସହରର ବିଜିପୁର ଭେଣ୍ଡିଂ ଜୋନରେ ଥିବା ଫଳ ଦୋକାନଗୁଡ଼ିକରେ ଏହି ଅଗ୍ନିକାଣ୍ଡ ଘଟିଛି । ହଠାତ୍ ଦୋକାନଗୁଡ଼ିକରେ ନିଆଁ ଲାଗିବାରୁ ସେଠାରେ ଆତଙ୍କ ଖେଳିଯାଇଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଦେଖୁ ଦେଖୁ ତିନୋଟି ଫଳ ଦୋକାନ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା ।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ନିଆଁର ତୀବ୍ରତା ଅଧିକ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଅଗ୍ନିଶମ ବାହିନୀ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଏଥିପାଇଁ ଆଉ ଏକ ଅଗ୍ନିଶମ ଟିମ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା । ବ୍ୟସ୍ତବହୁଳ ବିଜିପୁର ଭେଣ୍ଡିଂ ଜୋନରେ ଏଭଳି ଅଗ୍ନିକାଣ୍ଡ ଘଟିବା ପରେ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ବିଦ୍ୟୁତ୍ ସଂଯୋଗ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି ।

