ଭୁବନେଶ୍ୱର, (୧୯/୦୮) : ଆପ୍ର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନରେ Ola-Uber-Rapido ଡ୍ରାଇଭରଙ୍କ ବିକ୍ଷୋଭକୁ ନେଇ ପ୍ରଭାବିତ ହୋଇପାରେ ‘ଆମ ବସ୍’ ସେବା ।
ବ୍ୟସ୍ତ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ କେତେକ ବସ୍ ରୁଟ୍ରେ ପରିବର୍ତ୍ତନ କରାଯାଇଛି । ଏନେଇ ବୁଧବାର କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ଯାତ୍ରୀଙ୍କୁ ସମ୍ଭାବ୍ୟ ରୁଟ୍ ପରିବର୍ତ୍ତନ ନେଇ ସଚେତନ ରହିବାକୁ କୁହାଯାଇଛି।
ମାଷ୍ଟରକ୍ୟାଣ୍ଟିନ ଦେଇ ଯାଉଥିବା ବସ୍ ପ୍ରଭାବିତ ହୋଇପାରେ
ବିକ୍ଷୋଭ ଯୋଗୁଁ ମାଷ୍ଟରକ୍ୟାଣ୍ଟିନ ଦେଇ ଯାତାୟାତ କରୁଥିବା ‘ଆମ ବସ୍’ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି କାରଣରୁ ବସ୍ ଚଳାଚଳକୁ ସ୍ୱାଭାବିକ ରଖିବା ପାଇଁ CRUT ବିକଳ୍ପ ରୁଟ୍ର ବ୍ୟବସ୍ଥା କରିଛି। ଯାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ ଦେଇ ଯାତାୟାତ କରିବା ସମୟରେ ରୁଟ୍ରେ ହୋଇପାରୁଥିବା ପରିବର୍ତ୍ତନକୁ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।
ବିକଳ୍ପ ରାସ୍ତାରେ ଯିବ ବସ୍
CRUT ପକ୍ଷରୁ କୁହାଯାଇଛି ଯେ ଯେଉଁ ‘ଆମ ବସ୍’ଗୁଡ଼ିକ ଇତିମଧ୍ୟରେ ଗନ୍ତବ୍ୟ ଅଭିମୁଖେ ବାହାରିସାରିଛି, ଆବଶ୍ୟକତା ଅନୁସାରେ ସେଗୁଡ଼ିକୁ ବିକଳ୍ପ ରୁଟ୍ରେ ପରିଚାଳନା କରାଯିବ। ଏହାଦ୍ୱାରା ବିକ୍ଷୋଭସ୍ଥଳକୁ ଏଡ଼ାଇ ବସ୍ ସେବା ଜାରି ରଖାଯିବ। ତେବେ ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ ଚାଲିଥିଲେ ମଧ୍ୟ ‘ଆମ ବସ୍’ ସେବା ବନ୍ଦ ହେବ ନାହିଁ ବୋଲି CRUT ସ୍ପଷ୍ଟ କରିଛି। ଯାତ୍ରୀଙ୍କ ଅସୁବିଧାକୁ କମାଇବା ଏବଂ ରାଜଧାନୀରେ ସାଧାରଣ ପରିବହନ ସେବାକୁ ଜାରି ରଖିବା ଲକ୍ଷ୍ୟରେ ଏହି ବିକଳ୍ପ ରୁଟ୍ ବ୍ୟବସ୍ଥା କରାଯାଇଛି। ତେଣୁ ଆଜି ମାଷ୍ଟରକ୍ୟାଣ୍ଟିନ ଦେଇ ଯାତ୍ରା କରୁଥିବା ଯାତ୍ରୀମାନେ ରୁଟ୍ ପରିବର୍ତ୍ତନ ନେଇ ସତର୍କ ରହିବାକୁ CRUT ପରାମର୍ଶ ଦେଇଛି।

