Homelocalଖେରଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଖେରଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (୩୧/୦୮) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାଶ ସୋମବାର ନିଜ ଦୀର୍ଘ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି ।WhatsApp Image 2026 09 01 at 13.02.17

ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ଦାଶ ୨୯/୦୧/୧୯୮୮ ରେ ଶିକ୍ଷକତା ଜୀବନ ଆରମ୍ଭ କରି ୩୧/୦୮/୨୦୨୬ ରେ ଅବସର ଗ୍ରହଣ କରିଛନ୍ତି । ଅବସରକାଳୀନ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, କାନ୍ତାରାମ ଧରୁଆ ଓ ସିଆରସିସି ଯାଜ୍ଞସେନୀ ଜେନା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶ୍ରୀ ଦାଶଙ୍କ ଦୀର୍ଘ ଚାକିରି ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ । ଏହି ଅବସରରେ ତାଙ୍କୁ ଫାଇନାଲ ପେନସନ ପେପର ପ୍ରଦାନ କରାଯାଇଥିଲା ।

ନିଜ ଦୀର୍ଘ ଚାକିରି ଜୀବନର ଅନୁଭୂତି ବର୍ଣ୍ଣନା କରି ଶ୍ରୀ ଦାଶ ଭାବବିହ୍ୱଳ ହୋଇପଡିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ କିଶୋର ଝାଙ୍କର, କୃପାସିନ୍ଧୁ ବାଗ, ସୁବାସ ପଟ୍ଟନାୟକ, ନିମାଇଁ କୁମ୍ଭାର, କ୍ଷୀରସିନ୍ଧୁ ବାଗ, ଲକ୍ଷ୍ମୀନାରାୟଣ ଛତ୍ରିଆ, କୁମୁଦିନୀ କୁଅଁର, କନକଲତା ମାଝୀ ଓ ଲକ୍ଷ୍ମୀ ଗହିରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments