ମୁରିବାହାଲ, (୩୧/୦୮) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାଶ ସୋମବାର ନିଜ ଦୀର୍ଘ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି ।
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ଦାଶ ୨୯/୦୧/୧୯୮୮ ରେ ଶିକ୍ଷକତା ଜୀବନ ଆରମ୍ଭ କରି ୩୧/୦୮/୨୦୨୬ ରେ ଅବସର ଗ୍ରହଣ କରିଛନ୍ତି । ଅବସରକାଳୀନ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, କାନ୍ତାରାମ ଧରୁଆ ଓ ସିଆରସିସି ଯାଜ୍ଞସେନୀ ଜେନା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶ୍ରୀ ଦାଶଙ୍କ ଦୀର୍ଘ ଚାକିରି ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ । ଏହି ଅବସରରେ ତାଙ୍କୁ ଫାଇନାଲ ପେନସନ ପେପର ପ୍ରଦାନ କରାଯାଇଥିଲା ।
ନିଜ ଦୀର୍ଘ ଚାକିରି ଜୀବନର ଅନୁଭୂତି ବର୍ଣ୍ଣନା କରି ଶ୍ରୀ ଦାଶ ଭାବବିହ୍ୱଳ ହୋଇପଡିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ କିଶୋର ଝାଙ୍କର, କୃପାସିନ୍ଧୁ ବାଗ, ସୁବାସ ପଟ୍ଟନାୟକ, ନିମାଇଁ କୁମ୍ଭାର, କ୍ଷୀରସିନ୍ଧୁ ବାଗ, ଲକ୍ଷ୍ମୀନାରାୟଣ ଛତ୍ରିଆ, କୁମୁଦିନୀ କୁଅଁର, କନକଲତା ମାଝୀ ଓ ଲକ୍ଷ୍ମୀ ଗହିରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

