ସୋର, (୨୭/୦୮) : ଆପ୍ର : ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ ।
ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ସୁରେନ୍ଦ୍ରଙ୍କ ଗୋଡ଼, ହାତ, ପାପୁଲିକୁ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସୋର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏଥିରେ କିଛି ଅପରାଧୀ ସଂପୃକ୍ତ ଥିବା ପ୍ରାଥମିକ ଭାବରେ ଜଣାପଡିଛି l ସୋର ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଯାଞ୍ଚ କରାଯିବା ସହ ଆକ୍ରମଣକାରୀଙ୍କ ପରିଚୟ ଓ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ଯାଞ୍ଚ କରାଯାଇପାରେ । ସୁରେନ୍ଦ୍ର ଜେଲ୍ ବିଭାଗରେ କାର୍ଯ୍ୟରତ ଥିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତାଙ୍କ ଡିଉଟି ସହ ଏହି ଆକ୍ରମଣର କୌଣସି ସମ୍ପର୍କ ଅଛି କି, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ । ଅପରାଧୀମାନଙ୍କୁ ଶୀଘ୍ର ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି ।

