Homelocalରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ଆଜି ଆମ ବସ୍ ରେ ମାଗଣା ଯାତ୍ରା କରିବେ ମହିଳା

ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ଆଜି ଆମ ବସ୍ ରେ ମାଗଣା ଯାତ୍ରା କରିବେ ମହିଳା

ଭୁବନେଶ୍ୱର, (୨୭/୦୮) : ଆପ୍ର : ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍ ’ରେ ମହିଳାମାନଙ୍କୁ ମାଗଣାଯାତ୍ରା

ରକ୍ଷାବନ୍ଧନ ଅବସରରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ଟି ସହରରେ ମହିଳାମାନେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିପାରିବେ । ଏଥିରେ ଏକ ଲକ୍ଷରୁ ଅଧିକ ମହିଳା ଉପକୃତ ହେବାର ଆଶା ରହିଛି । ପବିତ୍ର ରକ୍ଷା ବନ୍ଧନ ଦିବସରେ ମହିଳା ଯାତ୍ରୀଙ୍କ ପାଇଁ ଆମ ବସ୍ ରେ ଦେୟମୁକ୍ତ ଯାତ୍ରା ପାଇଁ କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍) ଘୋଷଣା କରିଛି । ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ ରେ ଏହି ସୁବିଧା ଉପଲବ୍ଧ ହେବ ।

ପ୍ରତ୍ୟେକ ମହିଳା ଯେପରି ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଭାବେ ଯାତ୍ରା କରିପାରିବେ, ତାହା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ବିଶେଷକରି ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଦିଗରେ ଚାଲିଥିବା ପ୍ରୟାସକୁ ଏହା ଆହୁରି ସୁଦୃଢ଼ କରିବ । ସୁଲଭ ଓ ସହଜ ଜନପରିବହନ ମାଧ୍ୟମରେ ମହିଳାମାନେ ନିଜର ସାମାଜିକ, ଆର୍ଥିକ ଓ ପାରିବାରିକ କାର୍ଯ୍ୟରେ ଅଧିକ ସୁବିଧାରେ ଯୋଗଦେଇପାରିବେ ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments