Homebreaking news୧୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

୧୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ସୋର, (୨୫/୦୮) : ଆପ୍ର : ବେଆଇନ ଭାବେ ଗଞ୍ଜେଇ ନେଉଥିବା ଅଭିଯୋଗରେ ଜଣେ ଗିରଫ

ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡି ବସ ଷ୍ଟପ ନିକଟରେ ଚଢ଼ାଉ କରାଯାଇଥିଲା । ବେଆଇନ ଭାବେ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ବଲଗଡ଼ ଥାନା (ପଶ୍ଚିମବଙ୍ଗ) ଅନ୍ତର୍ଗତ ଉତ୍ତର ଗୋପାଳପୁର ଗ୍ରାମର ମଦନ ସିକଦରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରମୁଖ ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ କେସ ନଂ: ୧୩୫/୨୦୨୬-୨୭ ମୂଳେ ମାମଲା ରୁଜ୍ଜୁ କରାଯାଇଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments