Homelocalପରିତ୍ୟକ୍ତ ଖାଦାନରେ ୨ ଛାତ୍ର ନିଖୋଜ ଘଟଣା, ୨୪ ଘଣ୍ଟା ପରେ ମିଳିଲା ମୃତଦେହ

ପରିତ୍ୟକ୍ତ ଖାଦାନରେ ୨ ଛାତ୍ର ନିଖୋଜ ଘଟଣା, ୨୪ ଘଣ୍ଟା ପରେ ମିଳିଲା ମୃତଦେହ

ନୀଳଗିରି, (୨୩/୦୮) : ଆପ୍ର : ୨୪ ଘଣ୍ଟା ପରେ ମିଳିଲା ୨ ନିଖୋଜଙ୍କ ମୃତଦେହ । ସ୍କୁବା ଟିମ୍, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ୨ ମୃତକଙ୍କ ଉଦ୍ଧାର କରିଛନ୍ତି ।

ମୃତକ ଦୁଇ ଜଣ ହେଲେ ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ଅନ୍ୟ ଜଣେ ନୀଳଗିରି ବଇଞ୍ଚା ଅଞ୍ଚଳର ଭବିଷ୍ୟ ପାତ୍ର । ଗତକାଲି ବାଲେଶ୍ବର ନୀଳଗିରି ମିତ୍ରପୁରର ପରିତ୍ୟକ୍ତ ଖାଦାନ ବ୍ଲୁ-ଲେକରେ ଅଘଟଣ ଘଟିଥିଲା । ବ୍ଲୁ ଲେକକୁ ବୁଲିବାକୁ ଆସି ଥିଲେ ତିନି ଛାତ୍ର । ଗାଧୋଇବା ସମୟରେ ଜଣେ ସାଙ୍ଗ ପାଣିରେ ବୁଡିବା ଦେଖି ଦୁଇ ସାଙ୍ଗ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।

ହେଲେ ଜଣଙ୍କ ହାତ ଧରିବାକୁ ଯାଇ ଦୁଇ ଜଣ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ । କେନ୍ଦୁଝର ଅଞ୍ଚଳର ରୋଶନ ନାୟକଙ୍କୁ ଉଦ୍ଧାର କରାଯାଇଥିଲା । ମୃତ ଛାତ୍ର ବାଲେଶ୍ଵର ଫକିରମୋହନ ମହାବିଦ୍ୟାଳୟରେ ପଢୁଥିଲେ । ରାତି ହୋଇଯାଇଥିବାରୁ ସର୍ଚ୍ଚ ଅପରେସନ ବନ୍ଦ ରହିଥିଲା । ଆଜି ସକାଳୁ ଖୋଜାଖୋଜି ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments