ସୁବର୍ଣ୍ଣପୁର, (୨୨/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ତେଲଣ୍ଡା ଗ୍ରାମ ଶ୍ରୀ ରଣେଶ୍ୱର ଶୈବ ପୀଠ ଓ ରାମଚଣ୍ଡୀ ମନ୍ଦିର ଠାରେ ଗଙ୍ଗା ମହା ଜଳଶାୟୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହା ସହିତ ସୁନ୍ଦରା କାଣ୍ଡ, ଶିବ ପୁରାଣ ଓ ଋଦ୍ର ଯଜ୍ଞ ଅନୁଷ୍ଟିତ ହୋଇ ଯାଇଛି । ପୁରୀ ରାମଜୀ ମଠ ର ମହନ୍ତ ଶ୍ରୀ ଶ୍ରୀ ବଂଶୀ ଧର ଦାସ ଜି ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଜ୍ଞେଶ୍ଵର ମିଶ୍ର, ଶ୍ରୀବତ୍ସ ମଲ୍ଲିକ ଓ ପୁରୀ ମଠ ର ସାଧୁ ସନ୍ଥ ଙ୍କ ମିଳିତ ସହଯୋଗ ରେ ଏହି ସମସ୍ତ ଯଜ୍ଞ ଓ ପୂଜା ଅର୍ଚ୍ଚନା କାର୍ଯ୍ଯ କ୍ରମ ସଫଳ କରାଯାଇଥିଲା । ଶ୍ରୀନିବାସ ମିଶ୍ର, କୃତିବାସ ମିଶ୍ର, ଓ ପୀତବାସ ମିଶ୍ର ସପତ୍ନୀକ ଏହି ଯଜ୍ଞ ରେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରି ପ୍ରଭୂ କୃପା ଲାଭ କରିଥିଲେ ।
ଗଙ୍ଗା ମହା ଜଳ ଶାୟୀ ରେ ଶିବ ମନ୍ଦିର ପୂଜକ ବୃହସ୍ପତି ଥନାପତି, ଶିବ ରାମ ଥନାପତି ଓ ରୁଦ୍ର ଯଜ୍ଞ କାର୍ଯ୍ଯ ରେ ପୂଜକ ଭାବେ ରାଜୀବ ପଣ୍ତା, ସୁଦର୍ଶନ ମିଶ୍ର, ବୁଲୁ ମିଶ୍ର, ଆର୍ତ୍ତ ତ୍ରାଣ ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ । ଗୀତିକାର ଗୋବର୍ଦ୍ଧନ ମିଶ୍ର ସୁନ୍ଦରା କାଣ୍ଡ ପାରାୟଣ ପରିଚାଳନା କରିଥିଲେ । ଲକ୍ଷ୍ମଣ ପାଣ୍ଡିଆ, ସୁଧାଂଶୁ ମିଶ୍ର, ଶୁକ୍ଳା ମ୍ୱର ପାଣିଗ୍ରାହୀ ଙ୍କ ସମେତ ସୁବର୍ଣ୍ଣପୁର ଓ ବିଭିନ୍ନ ଜିଲ୍ଲା ର ଭକ୍ତ ଓ ଉଲୁଣ୍ଡା ଅଞ୍ଚଳର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏହି ଗଙ୍ଗା ମହା ଜଳଶାୟୀ ଓ ମହା ରୁଦ୍ର ଯଜ୍ଞ ଦର୍ଶନ ସହ ପ୍ରଭୂ କୃପା ଲାଭ କରି ସାମୁହିକ ଅନ୍ନ ପ୍ରସାଦ ସେବନ କାର୍ଯ୍ଯକ୍ରମରେ ଭାଗ ନେଇଥିଲେ ।

