Homelocal୧୯୮୦ ବନ୍ୟାର ୪୬ ବର୍ଷ ପୂର୍ତ୍ତିରେ ବଂଶଧାରା ସାହିତ୍ୟ ସମାଜ ତରଫରୁ ଆଭାସୀ ଆଲୋଚନା ଚକ୍ର

୧୯୮୦ ବନ୍ୟାର ୪୬ ବର୍ଷ ପୂର୍ତ୍ତିରେ ବଂଶଧାରା ସାହିତ୍ୟ ସମାଜ ତରଫରୁ ଆଭାସୀ ଆଲୋଚନା ଚକ୍ର

ଗୁଣପୁର, (୧୮/୯) : ଆପ୍ର : ବଂଶଧାରା ସାହିତ୍ୟ ସମାଜ ଆନୁକୁଲ୍ୟରେ ପ୍ରଥମ ଆଭାସୀ ଆଲୋଚନା ଚକ୍ରର ବିଷୟ ବିନ୍ଦୁ “ବର୍ଷା, ବନ୍ଯା ଓ ବେଦନାର ସୁର ।WhatsApp Image 2026 09 18 at 12.32.09

୧୯୮୦ ଗୁଣପୁର ମହାପ୍ରଳୟ ସ୍ମୃତି ଓ ସମ୍ଭାବନା” ଶୀର୍ଷକ ଏହି ଆଭାସୀ ଆଲୋଚନାରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଗୁଣି, ଜ୍ଞାନୀ, ସାହିତ୍ଯିକ, ସମାଜସେବୀ, ସାମ୍ବାଦିକ ଓ ସାଧାରଣ ଜନତା ଯୋଗଦେଇଥିଲେ । ସମାଜସେବୀ ଅକ୍ଷୟ ଦାସ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସଭାପତି ଶ୍ରୀ ସୀମାଞ୍ଚଳ କର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମାନନୀୟ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ମହୋଦୟ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଅଭିଭାଷଣ ମାଧ୍ୟମରେ ପୂର୍ବତନ ଉପଜିଲ୍ଲାପାଳ, ଶ୍ରୀଯୁକ୍ତ ଚିନ୍ମୟ ବସୁ, ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାପାଳ ମାନନୀୟ ସଞ୍ଜିବ ହୋତା ତଥା ପୋଲିସ ଅଧିକ୍ଷକ ବିପିନ ବିହାରୀ ମିଶ୍ରଙ୍କ କାର୍ଯ୍ୟ ଦକ୍ଷତାର ଭୁରି ଭୁରି ପ୍ରଶଂସା କରିବା ସହିତ ବଂଶଧାରା ସାହିତ୍ୟ ସମାଜର, ଭାଷା ସାହିତ୍ୟ ଆଧାରରେ ଲୋକାଭିମୁଖୀ ଚିନ୍ତାଧାରା ର ପରିକଳ୍ପନା ଗୁଣପୁର ର ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ ।

ଆଲୋଚକ ଶ୍ରୀ ସଞ୍ଜିବ ହୋତା ୧୯୮୦ ମସିହା ଗୁଣପୁର ବନ୍ୟାର ବିଭୀଷିକା ସମ୍ବନ୍ଧରେ ଆଲୋକପାତ କରିବା ସହିତ, ସେ ସମୟର ଗୁଣପୁର ଓ ଆଜିର ସହର ଗୁଣପୁର ଭିତରେ ଅନେକ ତଫାତ୍ ବୋଲି କହିଥିଲେ । ୧୯୮୦ ମହାପ୍ରଳୟଙ୍କରୀ ଘଟଣାର ମୁକ ସାକ୍ଷୀ ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚିନ୍ମୟ ବସୁ ନିଜେ ଅଙ୍ଗେ ନିଭାଇଥିବା ଘଟଣା ଗୁଡ଼ିକ ନିଜ ପ୍ରକାଶିତ ସ୍ବରଚିତ ପୁସ୍ତକ Of Men and Memories: In the Civil Service and Beyond ଏବଂ ଜୀବନର ଝରକଲମ ପୁସ୍ତକରେ ଲିପିବଦ୍ଧ କରିଥିବା କଥା କହିଥିଲେ l ଅନ୍ୟ ଜଣେ ଆଲୋଚକ ତତ୍କାଳୀନ ପୋଲିସ ଅଧିକ୍ଷକ ଶ୍ରୀ ବିପିନ ବିହାରୀ ମିଶ୍ର ଗୁଣପୁର ତାଙ୍କ ମାନସପଟ୍ଟରେ ଆଜି ବି ସଞ୍ଜିବୀତ ବୋଲି କହିବା ସହ ବନ୍ୟା ପରିସ୍ଥିତି, ଜନସାଧାରଣଙ୍କ ବେଦନା ଓ ଉଦ୍ଧାର କାର୍ଯ୍ୟ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯ ଦକ୍ଷତା, ତ୍ୟାଗ ଓ ମହାନତାର ଗାଥା ବଖାଣିବା ସହିତ ସ୍ବରଚିତ ପୁସ୍ତକ ଜୀବନର ରଫ୍ ଖାତା ଓ କାହାଣୀ ସରିନାହିଁ ପୁସ୍ତକରେ ଘଟଣାର ସତ୍ୟାସତ୍ୟ ଉପସ୍ଥାପନା କରିଥିବା ମତବ୍ୟକ୍ତ କରିଥିଲେ ।

ବଂଶଧାରା ର ପୂର୍ବ ପଟରେ ବ୍ଯାରେଜ ନିର୍ମାଣ ତଥା ଏକ ସ୍ଥାୟୀ ରିଲିଫ ପାଣ୍ଠି ଗୁଣପୁର ରେ ସଦା ଜାଗ୍ରତ ରହିବା ଉଚିତ ବୋଲି ମତାମତ ଦେଇଥିଲେ । ବଂଶଧାରା ର ଦାରୁଣ ବନ୍ୟା ପରିସ୍ଥିତିରେ ଅଙ୍ଗେ ନିଭାଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଗୁଡାରୀର ରଘୁନାଥ ପାତ୍ର ପାଣି ଡଙ୍ଗରରେ ଡ଼୍ୟାମ ନିର୍ମାଣ ହେଲେ ବନ୍ୟା ପରିସ୍ଥିତି ରୁ ମୁକ୍ତି ମିଳିବା ସହ ଦକ୍ଷିଣ ଓଡିଶାର ଚାଷଜମି ରେ ସୁନାର ଫସଲ ଅମଳ ହେବ ବୋଲି କହିଥିଲେ । ଲୋକନାଥ ପାଣିଗ୍ରାହୀ ଚିନ୍ମୟ ବସୁ ମହୋଦୟଙ୍କୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ତୁଳନା କରିଥିଲେ ।

କୃଷ୍ଣଚନ୍ଦ୍ର ବେବର୍ତ୍ତା ବନ୍ୟା ସମୟର ଅକଥନୀୟ ଦୁର୍ଦ୍ଦଶା ବର୍ଣ୍ଣନା କରିବା ସହିତ ତତ୍କାଳୀନ ପ୍ରଶାସନର ସାହସିକ ପଦକ୍ଷେପକୁ ସାଉଁଟି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ପ୍ରାଣକୃଷ୍ଣ ପାଣିଗ୍ରାହୀ, ବାଲ କୃଷ୍ଣ ପଣ୍ଡା, ରମେଶ ମିଶ୍ର, ସାହିତ୍ୟିକ କୈଳାସ ଦାସ, ପ୍ରଦୀପ ସାହୁ, ମୀନକେତନ ସାହୁ ନିଜ ନିଜର ଅଙ୍ଗେନିଭା ଘଟଣାକୁ ଜୀବନ୍ତ ଭାବେ ପ୍ରତିପାଦନ କରିଥିଲେ । ଓଡ଼ିଆ ଅଧ୍ୟାପକ ଶେଷସାୟୀ ସେନାପତି ଆଭାସୀ ବୈଠକର ପରିଚାଳନା ଓ ସଂଯୋଜନା କରିଥିବା ବେଳେ ସମାଜସେବୀ ଉମା ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments