ସୁବର୍ଣ୍ଣପୁର, (୧୭/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କୌଡିଆମୁଣ୍ଡା କେନାଲ ବ୍ରିଜ ନିକଟରେ ଏକ ଲତାବୁଦା ମୂଳରୁ ଗୁରୁବାର ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାଇ କୌଡିଆମୁଣ୍ଡା ଗ୍ରାମର ରବି ନାରାୟଣ ସାହୁ, ସକାଳୁ ନିଜ ବିଲକୁ କାମରେ ଯାଇଥିଲେ । ଦିନ ପ୍ରାୟ ୧୧ ଟା ସମୟରେ ଘରକୁ ଫେରୁଥିଲେ l ଯେହେତୁ ଆଜି ବିଶ୍ୱକର୍ମା ପୂଜା ସେଥିପାଇଁ ସେ ତାଙ୍କ ମଟର ସାଇକେଲ ଟିକୁ ଧୁଆଧୋଇ କରି ସଫା କରିବା ପାଇଁ କେନାଲ ନିକଟରେ ଅଟକିଥିଲେ । ହଠାତ ତାଙ୍କୁ ଏକ ନବଜାତ ଶିଶୁର କାନ୍ଦିବା ଶୁଣାଗଲା, ସେ ଚାରିପଟେ ଦେଖିଲେ ହେଲେ କେହି ଦେଖାଯାଉ ନଥିଲେ । ଶିଶୁର କନ୍ଦନ କୁ ଅନୁଶାରଣ କରି ଦେଖିଲେ ଯେ, ଏକ ଲତାବୁଦା କନ୍ଦନ ଶୁଭୁଛି ତତକ୍ଷଣାତ ସେ ସେହି ଲତାବୁଦା ମୂଳକୁ ଯାଇ ନବଜାତ ଶିଶୁ କନ୍ୟାଟି ପଡିଛି ଓ ତା ଦେହରେ ପିମ୍ପୁଡି ଲାଗିଯାଇଛି, ତାର ନାଭି ମଧ୍ୟ ଲମ୍ବିଛି l ଠିକ ଏହି ସମୟରେ ଜଣେ ବାଟୋଇ ସେହି ରାସ୍ତା ଦେଇ ଯାଉଥିଲେ । ସେ ସେହି ବାଟୋଇକୁ ଡାକି ଏଠାରେ ଟିକେ ଦେଖୁଥାଅ ମୁଁ ମୋ ପତ୍ନୀ ଙ୍କୁ ଘରୁ ଡାକି ଆଣୁଛି କହି ତାଙ୍କ ପତ୍ନୀ ଗୀତାଞ୍ଜଳି ସାହୁ,ଙ୍କୁ ଘରୁ ଡାକି ଆଣିଲେ ।
ଉଭୟେ ମିଶି ସେହି ଶିଶୁ କନ୍ୟା ଟିକୁ ଲତାବୁଦା ମୂଳରୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ l ସେଠାରୁ ସେ, ତାଙ୍କ ପତ୍ନୀ ଓ ତାଙ୍କ ପୁଅ ସୁମିତ କୁମାର ସାହୁ, ମିଶି ଶିଶୁ କନ୍ୟାର ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ବିନିକା ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଓ ଶିଶୁ ବିଭାଗ ଡାକ୍ତର ସତ୍ୟନାରାୟଣ ପାଣିଗ୍ରାହୀ,ଶିଶୁଟିର ଚିକିତ୍ସା କରିଥିଲେ । ବର୍ତମାନ ଶିଶୁ ଟିର ସ୍ୱାସ୍ଥ୍ୟବସ୍ତ ଭଲ ଥିବା ଜଣାପଡିଛି । ଘଟଣାଟି ପ୍ରଚାରିତ ହେବା ପରେ ଶିଶୁ କନ୍ୟାକୁ ଦେଖିବା ପାଇଁ ଡାକ୍ତରଖାନାରେ ଲୋକଙ୍କ ଭିଡ ଜମିଥିଲା । କିଏ ସେ ନିର୍ଦୟୀ ମହିଳା କେଉଁ ପରିସ୍ଥିତିରେ ଶିଶୁ କନ୍ୟା କୁ ନିଜେ ଜନ୍ମ ଦେବାପରେ ଏଭଳି ଫିଙ୍ଗି ଦେଇଛି ବୋଲି ସମସ୍ତେ ସେହି ମହିଳାକୁ ନିନ୍ଦା କରୁଛନ୍ତି । ସେପଟେ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ରବି ନାରାୟଣ ସାହୁ, ଏବେ ତାଙ୍କ ପରିବାର କୁ ସମସ୍ତେ ଭୁରିଭୁରି ପ୍ରଶଂସା କରୁଛନ୍ତି ।

