ସୁବର୍ଣ୍ଣପୁର, (୧୮/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କୀର୍ତ୍ତିପୁର ଗ୍ରାମର ସିତିସାରଜ ବଡ଼ମାଳି ଚଳିତ ନିଟ ୟୁଜି ପ୍ରବେଶିକା ପରୀକ୍ଷା ରେ ସଫଳ ହାସଲକରି ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି ।
ସେ ସମୁଦାୟ ୭୨୦ ମାର୍କରୁ ୬୦୪ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୮୮୫୭ ରେଙ୍କ ରଖି MBBS ପଢିବା ପାଇଁ ମୋନାନୀତ ହୋଇଛନ୍ତି । ସିତିସାରଜ ବଡ଼ମାଳି ଙ୍କ ବାପା ଶାନ୍ତନୁ କୁମାର ବଡ଼ମାଳି ଜଣେ ଚାଷୀ ହୋଇଥିବା ବେଳେ ମା ପ୍ରିୟମ୍ବଦା ବଡ଼ମାଳି ଜଣେ ସୁ ଗୃହିଣୀ ଅଟନ୍ତି । ସେ ପ୍ରଥମେ ସରସ୍ବତୀ ଶିଶୁ ବିଦ୍ୟାଳୟ ମନ୍ଦିର ଖଲିଆପାଲି ରୁ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରି ପଞ୍ଚମ ଶ୍ରେଣୀରେ ନବୋଦୟ ପରୀକ୍ଷା ରେ ଚୟନୀତ ହୋଇଥିଲେ । ପରେ ସେ ଷଷ୍ଠ ରୁ ଦ୍ଵାଦାଶ ପର୍ଯ୍ୟନ୍ତ ନବୋଦୟ ବିଦ୍ୟାଳୟ ତରଭା ରେ ଅଧ୍ୟୟନ କରିଥିଲେ ।
ଦ୍ଵାଦାଶ ପରେ ସେ ଭୁବନେଶ୍ୱରରେ ରହି NEET UG ପାଇଁ ପ୍ରସ୍ତୁତ କରୁଥିଲେ । ସଫଳତା ହାସଲ କରିବା ପାଇଁ ଶୃ୍ଖଳିତ ଜୀବନଶୈଲି,କଠୋର ପରିଶ୍ରମ, ଆତ୍ମବିଶ୍ଵାସ, ଓ ସମୟାନୁବର୍ତ୍ତିତା ଅପରିହାର୍ଯ୍ୟ। ସେ ଦୈନିକ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରି ଏହି ସଫଲତା ପାଇଁଛନ୍ତି। ସେ ନିଜର ଏହି ସଫଳତା ର ଶ୍ରେୟ ତାଙ୍କ ପିତା ମାତା,ବଡ଼ ବାପା ବଡ଼ ମା, ଦାଦା ଖୁଡି, ଗୁରୁଜନ ଓ ସାଙ୍ଗସାଥି ଦେଇଛିନ୍ତି ।

