HomeBlogସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ: କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ: କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୁବର୍ଣ୍ଣପୁର, (୨୭/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଛି ।WhatsApp Image 2026 10 28 at 15.48.33 1

୨୦୨୬ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଜିଲ୍ଲାରେ ହୋଇଥିବା ୨୮ଟି ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି, ଯାହା ୨୦୨୫ର ୨୧ ଜଣ ତୁଳନାରେ ଅଧିକ । ସେପ୍ଟେମ୍ବରରେ ମୋଟ ୧୧୩୪,ଟି ଚାଲାଣ ବକେୟା ରହିଛି । ମୋଟ ୧୩ ଲକ୍ଷ ୪ ହଜାର, ୩ ଶହ ୭୨ ଟଙ୍କା ଆଦାୟ ହୋଇଛି ଏବଂ ୭୪ଲକ୍ଷ ,୭୯ହଜାର , ୬ଶହ ୮୪ ଟଙ୍କା ଆଦାୟ ବାକି ଅଛି । ଜିଲ୍ଲାରେ ୧୦ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି, ସେଥିରୁ ସାତଟି ଜାତୀୟ ରାଜପଥରେ ।

ଅଧିକାଂଶ ମୃତ୍ୟୁ ବେପରୁଆ ଗାଡ଼ି ଚଳାଇବା ଯୋଗୁଁ ଘଟୁଥିବାରୁ ହେଲମେଟ୍ ଯାଞ୍ଚ କଡ଼ାକଡ଼ି କରିବା ଏବଂ ବେପରୁଆ ଗାଡ଼ି ଚଳାଇବା ଉପରେ ନଜର ରଖିବାକୁ ଜିଲ୍ଲାପାଳ ଅଧିକାରୀ ଓ ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବର୍ତ୍ତନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲା ଚିହ୍ନଟ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ (ଆରଟିଓ) କୁହାଯାଇଛି। ପ୍ରବର୍ତ୍ତନ କାର୍ଯ୍ୟ ନିରନ୍ତର ଚାଲୁ ରହିବ ।

ଯେଉଁ ସ୍ଥାନରେ ଆଉ ଦୁର୍ଘଟଣା ଘଟୁନାହିଁ, ସେହି ବ୍ଲାକ୍ ସ୍ପଟ୍‌କୁ ତାଲିକାରୁ କିପରି ବାଦ୍ ଦିଆଯିବ, ସେ ବିଷୟରେ ବୈଠକରେ ଆଲୋଚନା ହୋଇଛି। ଦୀପାବଳି ପରେ ନଭେମ୍ବରରୁ ଜିରୋ ଫାଟାଲିଟି ୱିକ୍ ଆରମ୍ଭ ହେବ। ତା’ପୂର୍ବରୁ ସୋନପୁର ପୌରପରିଷଦ ବ୍ଲକ୍ ଛକର ଟ୍ରାଫିକ୍ ଲାଇଟ୍ ମରାମତି କରିବେ ଏବଂ ପିକନିକ୍ ସ୍ଥାନଗୁଡ଼ିକରେ ପାଟ୍ରୋଲିଂ ବଢ଼ାଯିବ ।WhatsApp Image 2026 10 28 at 15.48.34

ପିଏମ୍ ରାହତ ଯୋଜନା ବିଷୟରେ ସଚେତନତା ବଢ଼ାଯିବ । ଏହି ଯୋଜନାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ବେସରକାରୀ ଡାକ୍ତରଖାନା ଓ ନର୍ସିଂ ହୋମ୍‌ରେ ବୀମା ନଥିଲେ ବି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ବିହୀନ ଚିକିତ୍ସା ପାଇପାରିବେ । ପ୍ରାଣଘାତୀ ମାମଲାକୁ ଜରୁରୀକାଳୀନ ଭାବେ ନେଇ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସା ଦିଆଯିବ । ରାହାବୀର ଯୋଜନାରେ ପ୍ରାଥମିକ ଚିକିତ୍ସା ଦେଉଥିବା କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ ନେଉଥିବା ବ୍ୟକ୍ତିଙ୍କୁ ସରକାର ୨୫,୦୦୦ ଟଙ୍କା ପୁରସ୍କାର ଦେବେ ।

ନୂଆ ଟ୍ରକ୍ ଟର୍ମିନାଲ୍ ପାଇଁ ସ୍ଥାନ ଚିହ୍ନଟ କରିବାକୁ ଆରଟିଓ ଙ୍କୁ କୁହାଯାଇଛି । ବ୍ଲକ୍ ଛକରୁ ଅମ୍ବେଦକର ଛକ ମଧ୍ୟରେ ରାସ୍ତା ଦଖଲ କରିଥିବା ଫୁଟପାଥ ଦୋକାନୀଙ୍କୁ ସେମାନଙ୍କ ନିର୍ଦ୍ଦିଷ୍ଟ ଭେଣ୍ଡିଂ ଜୋନ୍‌କୁ ପଠାଯିବ। ଜିଲ୍ଲାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments