ରାୟଗଡା, (୨୬/୦୯) : ଆପ୍ର : ସମାଜରେ ସାଧାରଣତଃ ଦେଖାଯାଏ ଯେ, କେବଳ ସଫଳତାର ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତିମାନଙ୍କର କାହାଣୀ ହିଁ ବହି କିମ୍ବା ପୃଷ୍ଠାର ରୂପ ନିଏ । ପ୍ରସିଦ୍ଧି ଓ ସଫଳତା ପଛରେ ଥିବା ଚମକ ଅନେକ ସମୟରେ ସାଧାରଣ ମଣିଷର ନୀରବ ସଂଗ୍ରାମକୁ ଢାଙ୍କିଦିଏ।
କିନ୍ତୁ ପ୍ରଶ୍ନ ଉଠେ, ଜଣେ ସାଧାରଣ ମଣିଷର ପ୍ରତିଦିନର ସଂଗ୍ରାମ, ଅନୁଭୂତି ଓ ଆବେଗର କ’ଣ କୌଣସି ମୂଲ୍ୟ ନାହିଁ ? ବାସ୍ତବତା ହେଉଛି, ସିନେମା ପରଦାରେ ଆମେ ଯେଉଁ ସୁପରଷ୍ଟାରମାନଙ୍କୁ ଆବେଗପୂର୍ଣ୍ଣ ଅଭିନୟ କରୁଥିବାର ଦେଖୁ, ସେହି ଅଭିନୟର ମୂଳ ଆଧାର ହେଉଛି ଜଣେ ସାଧାରଣ ମଣିଷର ପ୍ରକୃତ ଜୀବନ କାହାଣୀ। ଜଣେ ସାଧାରଣ ବ୍ୟକ୍ତିର ହସ, କାନ୍ଦ, ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ ଓ ପ୍ରତିଦିନ ଜିତିବାର ପ୍ରୟାସ ହିଁ ରୂପେଲି ପରଦାରେ ବଡ଼ ବଡ଼ କାହାଣୀ ସୃଷ୍ଟି କରେ ।
ଏହି ଚିନ୍ତାଧାରାରୁ ପ୍ରେରଣା ନେଇ ଏକ ନୂଆ ପ୍ରୟାସ— *”My Life, My Experience“*। ଜୀବନର ସଂଜ୍ଞା କେବଳ ସଫଳତାର ପଦବୀ କିମ୍ବା ପ୍ରସିଦ୍ଧିରେ ସୀମିତ ନୁହେଁ। ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଏକ ଯାତ୍ରା ଥାଏ, ପ୍ରତ୍ୟେକ ଅନୁଭୂତିରୁ କିଛି ଶିଖିବାର ଥାଏ। ହୁଏତ ସେହି କାହାଣୀ କୌଣସି ବ୍ୟବସାୟିକ ସଫଳତାର ଶୀର୍ଷରେ ନ ପହଞ୍ଚିପାରେ, କିନ୍ତୁ ସେଥିରେ ଥିବା ସତ୍ୟତା ଓ ଜୀବନର ବାସ୍ତବ ଅନୁଭବ ଅନ୍ୟ ଅନେକଙ୍କୁ ପ୍ରେରଣା ଯୋଗାଇବ
“My Life, My Experience”* କେବଳ ଜଣେ ବ୍ୟକ୍ତିର ଆତ୍ମକାହାଣୀ ନୁହେଁ, ଏହା ପ୍ରତ୍ୟେକ ସାଧାରଣ ମଣିଷର ସଂଗ୍ରାମ ଓ ସ୍ୱପ୍ନର ପ୍ରତିଫଳନ। ସମାଜକୁ ଏହା ଏକ ନୂଆ ବାର୍ତ୍ତା ଦିଏ ଯେ— *ନିଜ କାହାଣୀର ନାୟକ ହେବା ପାଇଁ ଆପଣଙ୍କୁ ବିଶ୍ୱପ୍ରସିଦ୍ଧ ହେବା ଜରୁରୀ ନୁହେଁ, ସ୍ୱଚ୍ଛନ୍ଦ ଓ ସତ୍ୟତାର ସହ ଜୀବନ ଜିଇଁବା ହିଁ ସବୁଠାରୁ ବଡ଼ ସଫଳତା।

