ସରିଲା ପିଲାଙ୍କ ଖରାଛୁଟି, ୧୮ରୁ ଖୋଲିବ ସ୍କୁଲ

Date:

Share post:

ଭୁବନେଶ୍ୱର, (୧୬/୦୬) : ଆପ୍ର : ସରିଲା ପିଲାଙ୍କ ଖରାଛୁଟି । ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୧୮ରୁ ଖୋଲିବ ସ୍କୁଲ । ରାଜ୍ୟରେ ଏବେ ଗ୍ରୀଷ୍ମ ଛୁଟି ଅବଧି ବଢ଼ିବ ନାହିଁ ସୂଚନା ମିଳିଛି ।

ରାଜ୍ୟରେ ୧୮ ତାରିଖରୁ ଖୋଲିବ ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ଆଗାମୀ ଦିନରେ ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲଗୁଡ଼ିକୁ ଗ୍ରୀଷ୍ମ ଛୁଟି ଦିଆଯାଇଥିଲା । ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା । ଏବେ ଛୁଟି ଅବଧି ବୃଦ୍ଧି ନେଇ ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ପାଇଁ ଛୁଟି ଅବଧି ବଢ଼ାଯିବ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା ଜୁନ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ପୁନର୍ବାର ଖୋଲିବ । ତେବେ ପାଣିପାଗ ପରିସ୍ଥିତି ଉପରେ ସରକାରଙ୍କ ନଜର ରହିଛି ଏବଂ ଯଦି ଖରାର ପ୍ରକୋପ ବଢ଼ିଯାଏ, ତେବେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...