ସରିଲା ଦେବଦମ୍ପତିଙ୍କ ବିବାହ, ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ କରିବେ ଶିବ-ପାର୍ବତୀ

Date:

Share post:

ସମ୍ବଲପୁର, (୧୯/୦୬) : ଆପ୍ର : ସରିଲା ଦେବଦମ୍ପତିଙ୍କ ବିବାହ । ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ । ବିଳମ୍ବିତ ରାତିରେ ନଗର ପରିକ୍ରମା କରିବେ ମହାଦେବ ଓ ମାତା ପାର୍ବତୀ ।

ଦୀର୍ଘ ୨୦ଘଣ୍ଟା ଧରି ଚାଲିବ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଓ ନଗର ପରିକ୍ରମା । ସୁରକ୍ଷା ପାଇଁ ୮୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ବିବାହ । ପ୍ରାୟ ସବୁ ପଡାରୁ ବାହାରିଥିଲା ବରଯାତ୍ରୀ ପଟୁଆର । ପାଲିଙ୍କି ଉପରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ଆଗରେ ନୃତ୍ୟଗୀତର ତାଳେ ତାଳେ ଝୁମିଥିଲେ ବରଯାତ୍ରୀ । ଦେବ ଦାନବ ଠାରୁ ଆରମ୍ଭ କରି ନର, କିନ୍ନର ପର୍ଯ୍ୟନ୍ତ ସମସ୍ତେ ବରଯାତ୍ରୀରେ ସାମିଲ ହୋଇଥିଲେ । କନ୍ୟା ଘରେ ପହଞ୍ଚିବା ପରେ ରୀତିନୀତି ଓ ପରମ୍ପରା ଅନୁଯାୟୀ ବିବାହ ହୋଇଥିଲା ।

ଏହି ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା । ମଧ୍ୟରାତ୍ରୀର ଚତୁର୍ଥ ପ୍ରହରରେ ପଡିଲା ହାତଗଣ୍ଠି । ଆଉ ଦେବୀ ପାର୍ବତୀଙ୍କ ହାତରୁ ପାଣିଗ୍ରହଣ କରିଥିଲେ ମହାଦେବ । ରାତ୍ରୀର ଚତୁର୍ଥ ପ୍ରହରରେ ହାତ ଗଣ୍ଠି ପଡିଥିଲା । ଆଜି ଦିନ ତମାମ ଦେବ ଦେବ ମହାଦେବ ଶଶୁର ଘରେ ବିଶ୍ରାମ କରିବା ପରେ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଧରି ନଗର ପରିକ୍ରମା କରିବେ । ନବବିବାହିତ ଦେବ ଦମ୍ପତିଙ୍କ ଯୁଗଳମୂର୍ତ୍ତି ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...