HomeBlogସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ | କୋଟି କୋଟି ଟଙ୍କା ବ୍ୟୟ ବରାଦ ସତ୍ୱେ ପାଣି...

ସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ | କୋଟି କୋଟି ଟଙ୍କା ବ୍ୟୟ ବରାଦ ସତ୍ୱେ ପାଣି ପାଇଁ ଲୋକେ ଡହଳ ବିକଳ

ବଲାଙ୍ଗୀର, ଟିଟିଲାଗଡ଼): ସାଧାରଣ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିଵା ନେଇ ଆଦିବାସୀ, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ଓ ଟିଟିଲାଗଡ଼କୁ ଫୋକସ ରେ ରଖାଯାଇଥିଵା ସହ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଆସୁଛି | ପରିତାପର ବିଷୟ ଯେ, ସବୁ ଜାଲିଆତି କରି କାଗଜ, କଲମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସାଧାରଣ ଲୋକେ ପାଣି ଟିକିଏ ପାଇଁ ଡହଳ ବିକଳ ହେଉଥିବା ବେଳେ ବିଗତ ଦିନରେ ବିଭାଗୀୟ ମନ୍ତ୍ରୀ ଏକ ସ୍ୱତନ୍ତ୍ର ଗସ୍ତରେ ଆସି ପୂର୍ବ ସରକାରକୁ ଦୋଷ ଦେଇ ସମସ୍ୟାର ସମାଧାନ ପ୍ରତିଶୃତି ଦେଇ ଚାଲି ଯାଇଥିଲେ।

ଏହି ଟିଟିଲାଗଡ଼ ବିଭାଗୀୟ ଏସ ଡି ଓ ପ୍ରସାଦ କୁମାର ସାମନ୍ତ ରାୟ ଉଭୟ ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ଦୁଇଟି ଦାୟିତ୍ୱରେ ଥିବା ବେଳେ ନିଜ କାର୍ଯ୍ୟାଳୟରେ ନ ରହି ବଲାଙ୍ଗୀରରେ ସଦା ସର୍ବଦା ରହି ଆସୁଥିବା ଲିଖିତ ଅଭିଯୋଗ ହୋଇଛି। ସରକାରୀ ମୋବାଇଲ ଫୋନ ନ ଉଠେଇବା ଯୋଗୁଁ ଲୋକ ଆପତ୍ତି, ଅଭିଯୋଗ କରିବାକୁ ଆସି ନିରାଶ ହେବା ସାର ହେଉଛି। ମଙ୍ଗଳବାର ଦିନ ସେ ଟିଟିଲାଗଡ଼ରେ ନିଜ ବାସ ଭବନରେ ଥିବା ବେଳେ ଓ ନିଜ କାର୍ଯ୍ୟାଳୟକୁ ନ ଆସି ଗଣମାଧ୍ୟମ ପ୍ରତିନିଧି ଓ ନିକଟସ୍ତ ତେନ୍ତୁଳୀଖୁଣ୍ଟି ଗ୍ରାମବାସି ଆସିଥିବା ଜାଣି ଚପି ରହି ଯାଇଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଖରା ଯାଇ ବର୍ଷା ଋତୁ ଆସିଯାଇଥିବା ବେଳେ ପାଣି ଟୋପାଏ କେବେ ମିଳିବ ସେ ବ୍ୟବସ୍ତା କରିବାକୁ ଦାବୀ ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments