Homebreaking newsମାଆ ଦକ୍ଷିଣକାଳୀ ମନ୍ଦିର ର ହୁଣ୍ଡୀ ଭାଙ୍ଗି ନେଇଗଲା ଚୋର

ମାଆ ଦକ୍ଷିଣକାଳୀ ମନ୍ଦିର ର ହୁଣ୍ଡୀ ଭାଙ୍ଗି ନେଇଗଲା ଚୋର

ପୁରୁଷୋତ୍ତମପୁର, ଗଞ୍ଜାମ(12/08/26): ଗତକାଲି ରାତ୍ରରେ ହାଣ୍ଡିଘର ପଞ୍ଚାୟତ ଅନ୍ତର୍ଗତ ଦଳସର ଖଣ୍ଡି ଗ୍ରାମରେ ବିରାଜିତ ମା ଦକ୍ଷିଣକାଳୀ ଙ୍କ ମନ୍ଦିରର ପାଚେରୀ ଡେଇଁ ବେଢା ଭିତରେ ପ୍ରବେଶ କରି ବାହାର ହୁଣ୍ଡୀ କୁ ଭାଙ୍ଗି ସେଥିରେ ଥିବା ଟଙ୍କା ସୁନା, ରୂପା ସବୁ ଚୋର ନେଇ ଯାଇଛି | ଏହିଘଟଣା ମନ୍ଦିର ପୂଜକ ଦେଖି ପ୍ରଥମେ ମନ୍ଦିର ଟ୍ରଷ୍ଟି ସୁଦର୍ଶନ ନାୟକ ଓ ଜଗତବନ୍ଧୁପଣ୍ଡା ଙ୍କୁ ଜଣାଇଥିଲେ |WhatsApp Image 2026 08 12 at 6.37.59 PM

ସେମାନେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ଓ ଥାନା ଅଧିକାରୀ ଙ୍କୁ ଜଣାଇ ଥିଲେ | ଖବର ପାଇ ଏସ୍ଡ଼ିପିଓସୁଜିତ କୁମାର ନାୟକ ଓ ଥାନା ଅଧିକାରୀ କୂଳମଣି ସେଠୀ, ଏସ ଆଇ ସୁଶାନ୍ତ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ ତଦନ୍ତ ଆରମ୍ଭ କରିଥିଲେ | ଓପରେ ସିଡିଟିଭି ଫୁଟେଜ ଯାଞ୍ଚ କରି ଜଣେ ଯୁବକ କୁ ହୁଣ୍ଡୀ ପାଖରେ ଏପଟ, ସେପଟ ହେଉଥିବାର ଜଣା ପଡୁଛି | ତାହାକୁ ଆଧାର କରି ସେ ଏକୁଟିଆ ନା ତାସହିତ ଆଉ କିଏ ଅଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଆଇ ଆଇ ସି କୂଳମଣି ସେଠୀ| | ପୁରୁଷୋତ୍ତମପୁର ସହର ରେ ଲାଗତର, ରାହାଜାନି, ହତ୍ୟା, ଓ ଚୋରି ଘଟଣାରେ ସମୃକ୍ତ ଅପରାଧୀ ମାନଙ୍କୁ ଏନ କାଉଣ୍ଟର କରିଥିବା ଥାନା ଅଧିକାରୀ (ବାଘ ) ତାଙ୍କ ସହଯୋଗୀ ଙ୍କ ହାବୁଡ଼ରୁ କିଏ ତିଷ୍ଠି ପାରିନାହାନ୍ତି | ଏମାନଙ୍କୁ ବିଶେଷ ସହଯୋଗ କରୁଥିବା ଏସ ଡ଼ି ପିଓ ସୁଜିତ କୁମାର ନାୟକ (ସିଂହମ ) ଙ୍କ ବିଚକ୍ଷଣ ଦୁରଦୃଷ୍ଟି ଥିବା ପୋଲିସ ଅଧିକାରୀ ମାନେ ଅଳ୍ପ ଦିନରେ ଏହି ଚୋରି ର ଫର୍ଦାଫାସ କରିପାରିବେ ବୋଲି ଜନସାଧରଣ ତଥା ମନ୍ଦିର ଟ୍ରଷ୍ଟି ଓ ଗ୍ରାମବାସୀ ଙ୍କ ବିଶ୍ୱାସ, ଭରସା ରହିଛି |

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments