ଝାରବେଡା, ହିନ୍ଦୋଳ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ବାଲିମି ଥାନା ଅନ୍ତର୍ଗତ ଝାରବେଡା ଗ୍ରାମ ରେ ହୋଇଛି ଗୁଳିମାଡ।ଗୁଳି ର ଶୀକାର ହୋଇଥିବା ଯୁବକଙ୍କ ନାମ ଵିନ ନାଏକ।କିଛି ଲୋକଙ୍କ କହିବା ଅନୁସାରେ ତିନିଜଣ ଯୁବକ ଗୁଳି ମାଡ କରି ବାଡ଼ି ପଛପଟେ ଥିବା ପୋଖରୀ ହୁଡ଼ାରେ ପକେଇ ଦେଇ ଚାଲି ଯାଇଥିଲେ।
ଆନୁମାନିକ ଦଶଟି ଗୁଳି ତାଙ୍କ ଜଙ୍ଘରେ ମରାଯାଇଛି। ତେବେ ପରିବାର ବର୍ଗ ଜାଣିବା ପରେ ହିନ୍ଦୋଳ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ତେବେ ଗୁଳିକାଣ୍ଡ ଘଟାଇ ଥିବା ଯୁବକ ମାନଙ୍କୁ ଏଯାବତ ଚିହ୍ନଟ କରାଯାଇ ପାରି ନଥିବା ବେଳେ ବାଲିମି ପୋଲିସ ଛାନଭିନ୍ ଜାରି ରଖିଛି। ବିନ ନାଏକଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବାର ପୋଲିସ ପକ୍ଷରୁ ସୂଚନା ମିଳୁଥିବା ବେଳେ ଅପରାଧିକ ସାଙ୍ଗସାଥୀ ମାନଙ୍କ ସହିତ ମନୋମାଳିନ୍ୟରୁ ଏପରି ଗୁଳିକାଣ୍ଡ ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି।

