ସୁବର୍ଣ୍ଣପୁର, (୧୯/୦୭) : ଆପ୍ର : ସନ୍ଥ ଭୀମଭୋଇଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ଓଡ଼ିଆ ଚଳଚ୍ଚିତ୍ର “ସନ୍ଥ” ଭୁବନେଶ୍ୱରର ଜୟ ଭବନ ଠାରେ ଦିଲ୍ଲୀପ H.R.ଙ୍କ ଅଧ୍ୟକ୍ଷତାରେ ଆୟୋଜିତ Ollywood International Film Festivalରେ “Best Biopic Film” ଭାବେ ଚୟନିତ ହୋଇଛି ।
ଏହି ଅବସରରେ ଫିଲ୍ମର ନିର୍ଦ୍ଦେଶକ ତଥା ନିର୍ମାତା ନନ୍ଦକାହ୍ନା ପୂଜାରୀଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସଫଳତାକୁ ଉଦ୍ଯାପନ କରି ବିନିକାସ୍ଥିତ ମହିମା ମନ୍ଦିର ପ୍ରାଙ୍ଗଣରେ ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରଥମେ ପୁରସ୍କାରକୁ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ପରେ କେକ୍ କାଟି ଆନନ୍ଦ ଉଲ୍ଲାସର ସହ ଏହି ସଫଳତାକୁ ପାଳନ କରାଯାଇଥିଲା ।
ଏହି ଉତ୍ସବରେ ଭଗବାନ ନାଏକ, ରଞ୍ଜନ ସା, ରସିକ ସାହୁ, ସଂଗ୍ରାମ ଶେଖର ହୋତା, ସୋନୁ ସାହୁ, କୃପାସିନ୍ଧୁ ମହାକୁର, ଲୋକନାଥ ସା, ପଙ୍କଜିନୀ ବାଘ, ନିରୁପମା ଷାଣ୍ଢ, ଟଙ୍କଧର ବାରିକ, ଲକ୍ଷ୍ମଣ ବସ୍ତିଆ, ବାଳଗୋପାଳ ବଗର୍ତ୍ତି, ଆନ୍ତର୍ଯ୍ୟାମୀ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଉପେନ୍ଦ୍ର ମେହେର, ଗୋଲେଖ ମେହେର, ସୁଜିତ ସାହୁ, ନନ୍ଦକାହ୍ନା ପୂଜାରୀ, ସୁଶୀଲ ହୋତା, ଧୀରେନ୍ଦ୍ର ନାୟକ, ସୁଦର୍ଶନ ହୋତା, ଗୋପାଳ ପଣ୍ଡା, ଅଖୋଜ ଷାଣ୍ଢ ଏବଂ ବୀରେନ୍ଦ୍ର ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

