Homebreaking newsମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ ।

ଟାଉନ ଥାନା ମାଇନିଂ ରୋଡ୍ ରେ ଦିନ ଦ୍ୱିପ୍ରହରରେ ଲୁଟ୍ । ମହିଳାଙ୍କ ମୁହଁରେ ତୈଳ ପଦାର୍ଥ ସ୍ପ୍ରେ କରି ଲୁଟ୍ କରିଥିବା ସୂଚନା । କେନ୍ଦୁଝର ଟାଉନ ଥାନା ଅଂଚଳରେ ଚୋରି ଘଟଣା ଥମିବାର ନାଁ ନେଉନାହିଁ। ଆଜି ଦିନ ଦିପହରେ ମାଇନିଂ ରୋଡରୁ ମହିଳାଙ୍କ ବେକରୁ ଅଭିନବ ଉପାୟରେ ଲୁଟି ନେଲେ ଅଢ଼େଇ ଭରିର ସୁନା ଚେନ । ଦୁଇ ଜଣ ଅଜଣା ବ୍ୟକ୍ତି ଆସି ମହିଳାଙ୍କୁ ଅଟକିବାକୁ କହି ମୁଁହରେ କିଛି ତରଳ ପଦାର୍ଥ ସ୍ପ୍ରେ କରି ଦେଇଥିଲେ । ଏହାପରେ ତାଙ୍କ ଠାରୁ ସୁନା ଚେନଟି ଖୋଲି ଦେବା ପାଇଁ କହିଥିଲେ । ମହିଳା ଜଣକ ମଧ୍ୟ କିଛି ନଜାଣି ପାରି ତାଙ୍କ ହାତକୁ ସୁନା ଚେନ ବଢ଼ାଇ ଦେଇଥିଲେ। ମହିଳା ଜଣକ କିଛି ଜାଣିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି। ଅଭିଯୋଗ ପରେ ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ଛାନଭିନ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments