ଭୁବନେଶ୍ବର, (୨୮/୦୯) : ଆପ୍ର : ଲୋୟର ପିଏମଜିରେ ବିଜେଡିର ଗର୍ଜନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ। ଯୋଗଦେବେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ବିଶାଳ ଗଣଧାରଣାକୁ ସମ୍ବୋଧିତ କରିବେ। ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ମାର୍ଗରେ ବିଶାଳ ଗଣଧାରଣା । ବଢ଼ୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା । ସାମିଲ ହେଉଛନ୍ତି ହଜାର ହଜାର ବିଜେଡି କର୍ମୀ ଓ ନେତା। ବିଜୁ ଯୁବ, ଛାତ୍ର, ମହିଳା ଏବଂ କୃଷକ ମୋର୍ଚ୍ଚା – ସମସ୍ତେ ଏହି ଭିକ୍ଷୋଭ ରେ ସାମିଲ ହେଉଛନ୍ତି । MMDR ସଂଶୋଧନ ଆଇନକୁ BJD ‘କଳା ଆଇନ’ ବୋଲି ଅଭିହିତ କରିଛି ।
ଦଳର ଅଭିଯୋଗ, ଏହି ସଂଶୋଧନ ଆଇନ ଖଣି ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟର ଅଧିକାରକୁ ସଙ୍କୁଚିତ କରିଛି । ଏହା ସଂଘୀୟ ବ୍ୟବସ୍ଥା ଉପରେ ଆଘାତ । ଦେଶର ପ୍ରାୟ ୪୪ ପ୍ରତିଶତ ଖଣିଜ ସମ୍ପଦ ଓଡ଼ିଶାରେ ଥିବାରୁ ନୂଆ ବ୍ୟବସ୍ଥାରେ ରାଜ୍ୟ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି BJD ଦାବି କରିଛି । MMDR ସଂଶୋଧନ ଆଇନ ପ୍ରତ୍ୟାହାର କରାଯାଉ କିମ୍ବା ଏହାକୁ ସ୍ଥଗିତ ରଖାଯାଉ ବୋଲି ଦଳ ଦାବି କରିଛି । ଏହାସହ ଆଇନ ପ୍ରତ୍ୟାହାର ଦାବିରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ BJD ରାଜ୍ୟ ସରକାରଙ୍କୁ କହିଛି ।

