କଟକ, (୧୦/୧୧) : ଆପ୍ର : ରେଲୱେ ଟ୍ରାକରୁ ମିଳିଲା ଛାତ୍ରଙ୍କ ମୃତଦେହ । କଟକ ଖାନନଗର ନିକଟ ରେଳ ଧାରଣା ଉପରେ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ।
ସକାଳୁ ଘରୁ ବାହାରି କଟକ ଅଭିମୁଖେ ଆସିଥିଲେ । ମୃତକଯାଜପୁର ବାଲିଚନ୍ଦ୍ରପୁର ଗଜେନ୍ଦ୍ରପୁର ଗାଁର ଦେବେନ୍ଦ୍ର ଜେନା । ଘଟଣାସ୍ଥଳରେ ମଧୁପାଟଣା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଜାରି ରଖିଛି କଟକ ରେଳବାଇ ଥାନା ପୋଲିସ । ଅନ୍ୟପଟେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦେବେନ୍ଦ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ? ସେ ନିଜେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି? ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ତଦନ୍ତ ଚାଲିଛି । କଟକ ରେଳବାଇ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଜଣେ ଯୁବ ଛାତ୍ରଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାର ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

