ରାଜଧାନୀରେ ରାସ୍ତା ଉପରେ ହାଇଓ୍ବେ ହରର, କାରକୁ ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ

Date:

Share post:

ଭୁବନେଶ୍ବର, (୩୦/୦୫) : ଆପ୍ର : ଆତଙ୍କ ଖେଳାଇଲା ହାଇଓ୍ବା ଟ୍ରକ । ରାଜଧାନୀରେ ରାସ୍ତା ଉପରେ ହାଇଓ୍ବେ ହରର । କାରକୁ ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ

ଏନ୍ ଏଚ ୧୬ ଉପରେ ଘଟିଛି ଛାତିଥରା ଦୃଶ୍ୟ । ବିଳମ୍ବିତ ରାତିରେ ଘଟିଛି ଘଟଣା । ମଞ୍ଚେଶ୍ୱରରୁ ପାହାଳ ଆଡ଼କୁ ଯାଉଥିବା ଏକ ହାଇଓ୍ବା ଟ୍ରକ ଖେଳାଇଛି ଆତଙ୍କ। ଏକ କାରରେ ପରିବାର ଲୋକ ଯାଉଥିଲେ । କାରକୁ ଧକ୍କା ଦେଇ ଘୋଷାଡି ନେଇଥିଲା ହାଇଓ୍ବା ଟ୍ରକ । ଦାଦା ଝିଆରି କାରରେ ଥିବା ବେଳେ ଦ୍ରୁତ ବେଗରେ ରାସ୍ତା ଉପରେ ଘୋଷାଡି ନେଇଛି ହାଇଓ୍ବା ଟ୍ରକ। ଯାହାର ଦୃଶ୍ୟ ଅତ୍ୟନ୍ତ ଭୟାନକ ।

ଏଭଳି ଦେଖିବାକୁ ମିଳିଛି ମଞ୍ଚେଶ୍ବର ଗଙ୍ଗୁଆ ବ୍ରିଜ ଉପରେ । କାରଟିକୁ ହାଇଓ୍ବା ପାଖାପାଖି ୬୦୦ମିଟର ଘୋଷାଡି ନେଇ ଦ୍ରୁତ ବେଗରେ ଖସିଯାଉଛି । ଘଟଣା ପରେ ପିସିଆର ଟିମ୍ ଟ୍ରକକୁ ପିଛା କରି ପାହାଳ ନିକଟରେ ବ୍ଲକିଂ ଓ ଜାମ ଭଳି ସ୍ଥିତି ସୃଷ୍ଟି କରି ଅଭିଯୁକ୍ତ ଡ୍ରାଇଭର ସହ ଟ୍ରକକୁ ଗିରଫ କରାଯାଇଛି । କାରରେ ଥିବା ଦାଦା ସୁବ୍ରତ ପଟ୍ଟନାୟକ ଓ ଝିଆରି ଆଦ୍ୟାଶା ଆହାତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଭିଯୁକ୍ତ ଡ୍ରାଇଭର ଜଗମୋହନ ଭୁକ୍ତାକୁ ଗିରଫ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...