Homebreaking newsରାମପୁର ଥାନାରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ମାମଲା, ଉଭୟ ଙ୍କୁ...

ରାମପୁର ଥାନାରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ମାମଲା, ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ

ସୁବର୍ଣ୍ଣପୁର, (୩୦/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମିରା ଗାଁ’ର ବାସିନ୍ଦା ମନୋରଞ୍ଜନ ମିଶ୍ର ଓ ମାନସୀ ଦାସ ଙ୍କ ନାଁ ରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି ।WhatsApp Image 2026 10 01 at 10.46.47

ଅଭିଯୋଗ କାରିଣୀ ହେଲେ ବିନିକା ଥାନା ଅଖିଦାଦର ଗାଁ’ର ଲୀଳାବତୀ ବିଶୀ l ଅଭିଯୋଗ ଅନୁସାରେ କମିରା ଗାଁର ମାନସୀ ଦାଶ (୩୩), ସ୍ୱାମୀ – ମନୋରଞ୍ଜନ ମିଶ୍ର (୪୬) ପି- (ଅରକ୍ଷିତ ମିଶ୍ର,) ତାଙ୍କ ଠାରୁ ଫୋନ୍ ପେ ଏବଂ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ସମୟରେ ମୋଟ ୨୦ ଲକ୍ଷ ଟଙ୍କା ବରଗଡ଼ ସ୍ଥିତ ନିଜ ଘର ବିକ୍ରି ବାବଦକୁ ଟଙ୍କା ଅଗ୍ରୀମ ହିସାବ ରେ ନେଇଥିଲେ । ଟଙ୍କା ନେଇ ଦିନ ପରେ ଦିନ ମାସ ବିତିଯିବା ଓ ଅନ୍ୟ ଲୋକଙ୍କ ଘର କୁ ନିଜର ଘର କହିଥିବା ଜାଣିବାକୁ ପାଇ ଶ୍ରୀମତୀ ବିଶି ଟଙ୍କା ଫେରସ୍ତ ମାଗିଥିଲେ ।

ଟଙ୍କା ନ ଫେରାଇବା ଆଳ ରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବାରମ୍ବାର ଏଭଳିଆ ହେବା ଦେଖି ଥାନାର ଦ୍ୱାରସ୍ତ ହୋଇ ଶ୍ରୀମତୀ ବିଶି ରାମପୁର ଥାନାରେ ଗତ ୧୯/୪/୨୬ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୁଲିସ ରାମପୁର ଥାନା ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛି ଦିନ ବିତିଯିବା ପରେ ମଧ୍ୟ ପୁଲିସ କୁ ଚକମା ଦେଉଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମନୋରଞ୍ଜନ ଓ ମାନସୀ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଥାନାକୁ ଅଣାଯାଇ ଅଭିଯୁକ୍ତ ର ଟଙ୍କା ଫେରସ୍ତ କରିବାକୁ କହିଥିଲେ ମଧ୍ୟ ସେଥିରେ କିଛି ସୁଫଳ ମିଳି ନ ଥିଲା । ଶେଷରେ ବାଧ୍ୟ୍ୟ ହୋଇ ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାମପୁର ପୁଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments