ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା

Date:

Share post:

ପୁରୀ, (୨୫/୦୬) : ଆପ୍ର : ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ । ଟୋଲ ଗେଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି ।

ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡି ର ବ୍ୟବସ୍ଥା ବି କରାଯାଇଛି । ରଥଯାତ୍ରା ସମୟରେ ପିପିଲି ଟୋଲ୍ ଗେଟ୍ ରେ କୌଣସି ଟୋଲ୍ ଟିକସ ଆଦାୟ କରାଯିବ ନାହିଁ । ଶ୍ରଦ୍ଧାଳୁମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଏହା ଅଧୀନରେ ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଆଣିବା ପାଇଁ ୪୦୦ଟି ଇଭି ଗାଡ଼ି ଯୋଗାଇ ଦିଆଯିବ। ଶ୍ରଦ୍ଧାଳୁମାନଙ୍କୁ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡକୁ ଆଣିବା ଏବଂ ଛାଡ଼ିବା ପାଇଁ ଇକୋ-ଫ୍ରେଣ୍ଡଲି ଗାଡ଼ିଗୁଡ଼ିକ ଚାଲିବ । ବାହାର ରାଜ୍ୟର ଏବଂ ପର୍ଯ୍ୟଟକ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିବ । ନିୟମିତ ଚାଲୁଥିବା ବସ୍ ଗୁଡ଼ିକ ତାଳବଣିଆ ଯିବ । ରଥ ଯାତ୍ରା ପାଇଁ ନିମନ୍ତେ ସୁରୁଖୁରୁରେ ଗାଡ଼ି ପରିଚାଳନା ପାଇଁ RTO -୧ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ଅ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱର ଡିସିପିଙ୍କ ସମେତ ସମସ୍ତ ବସ ମାଲିକ ସଂଘ ତଥା ପରିବହନ ଅଧିକାରୀ ମାନେ ଯୋଗ ଦେଇଥିଲେ । ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ବସରେ ORS ଓ ପାନୀୟ ବ୍ୟବସ୍ଥା ରଖାଯିବ । ମାଳତିପାଟପୁର ଓ ତାଳବଣିଆଠାରେ ବସ୍ ଓ ଅନ୍ୟାନ୍ୟ ଗାଡ଼ି ରଖିବା ପାଇଁ ବ୍ୟବସ୍ଥା କରାଯିବ । ସ୍ଥାନେ ସ୍ଥାନେ ଏନଫୋର୍ସମେଣ୍ଟ ସ୍କ୍ବାଡ ରଖାଯିବା ସହିତ କୌଣସି ଗାଡ଼ି ବ୍ରେକଡାଉନ୍ ହେଲେ ତାହାକୁ ବ୍ୟବସ୍ଥାପିତ ପାଇଁ କ୍ରେନ୍ ରଖାଯିବ ।

ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ। ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି। ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡିର ବ୍ୟବସ୍ଥା ବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...