ରାଜ୍ୟରେ ମୌସୁମୀ ସକ୍ରିୟ, ୬ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି

Date:

Share post:

ଭୁବନେଶ୍ୱର, (୨୫/୦୬) : ଆପ୍ର : ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ସୂଚନା ମିଳିଛି । ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ସତର୍କତା ଜାରି ହୋଇଛି । ଅନ୍ୟପଟେ ଓଡ଼ିଶାର ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ଜୁନରେ ୪୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ମାସରେ ରାଜ୍ୟରେ ୮୧.୩ ମିଲିମିଟର ବର୍ଷା ହୋଇଛି । ସାଧାରତଃ ୧୫୪.୬ ମିଲିମିଟର ବର୍ଷା ହେବା କଥା । ୪୭ ପ୍ରତିଶତ କମ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...