Homebreaking newsମୁମ୍ବାଇରୁ ଆସିଥିବା ଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା, ଷ୍ଟେସନରୁ ଅଟୋରେ ଲିଫ୍ଟ ଦେଇ ବାଣୀବିହାରରୁ ଲୁଟିଲେ

ମୁମ୍ବାଇରୁ ଆସିଥିବା ଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା, ଷ୍ଟେସନରୁ ଅଟୋରେ ଲିଫ୍ଟ ଦେଇ ବାଣୀବିହାରରୁ ଲୁଟିଲେ

ଭୁବନେଶ୍ୱର, (୧୩/୦୯) : ଆପ୍ର : ପାର୍ବଣ ପୁର୍ବରୁ ମାତିଲେ ଲୁଟେରା । ଲିଫ୍ଟ ଦେବା ବାହାନାରେ ଲୁଟିନେଲେ ଟଙ୍କା। ମୁମ୍ବାଇରୁ ଆସିଥିବା ଯାତ୍ରୀଙ୍କଠାରୁ ଭୁବନେଶ୍ୱରରେ ଲୁଟ୍ ।

ଷ୍ଟେସନରୁ ଅଟୋରେ ଲିଫ୍ଟ ଦେଇ ବାଣୀବିହାରରୁ ଲୁଟି ଲେ ଟଙ୍କା । ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ୨୧ହଜାର ଟଙ୍କା ଲୁଟିନେଇଥିଲେ । ଖଣ୍ଡା କାତି ଦେଖାଇ ଲୁଟ୍ କରିଥିବା ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ । ଦୁଇ ଜଣ ଅପରାଧିଙ୍କୁ ଗିରଫ କଲା ସହୀଦ ନଗର ଥାନା । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ମହାରଣା ଓ କୁନାଲ ମଲ୍ଲିକ । ଘଟଣାରେ ଅଟୋ ଡ୍ରାଇଭର ଫେରାର ଅଛନ୍ତି। ପୁର୍ବରୁ ଦୁଇ ଜଣଙ୍କୁ ଗିରଫ କରିଥିଲା ସହିଦନଗର ଥାନା । ସୁଚନା ମୁତାବକ ଗତ ୯ତାରିଖ ରାତିରେ ମୁମ୍ବାଇରୁ ଜଣେ ଯାତ୍ରୀ ଭୁବନେଶ୍ବର ଷ୍ଟେସନ ରେ ପହଞ୍ଚିଥିଲେ। ଷ୍ଟେସନରୁ ଅଟୋ ଡ୍ରାଇଭର ତାଙ୍କୁ ଲିଫ୍ଟ ଦେଇଥିଲା । ହେଲେ ଅଟୋ ଚାଳକ ତାର ସହଯୋଗୀ ଙ୍କ ଜରିଆରେ ଲୁଟ୍ ପ୍ଲାନ୍ କରିଥିଲା । ବାଣିବିହର ଛାଡିବା ବଦଳରେ ସତସଙ୍ଗ ବିହାର ବ୍ରିଜ୍ ତଳକୁ ନେଇ ଖଣ୍ଡା କାତି ଦେଖାଇ ଲୁଟ୍ କରିଥିଲା । ଏନେଇ ସହୀଦ ନଗର ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ କରୀ। ଘଟଣାରେ ମୋଟ ୪ ଜଣ ଲୁଟେରାଙ୍କୁ କାବୁ କରିଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments